‘ଟେରର ୬୦’ ର ମୂଳପୋଛ କରିବ ଭାରତୀୟ ସେନା ! ଭୟରେ ଲଂଚ ପ୍ୟାଡ଼ରୁ ଆତଙ୍କବାଦୀଙ୍କୁ ସ୍ଥାନାନ୍ତର କଲା ପାକିସ୍ତାନ

474

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଦେଶର ସାଧାରଣ ଜନତା ଯେତିକି ପ୍ରତଶୋଧ ପରାୟଣ ହୋଇଉଠିଛନ୍ତି, ତା’ଠାରୁ ଢ଼େର ଗୁଣା ଅଧିକ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଭାରତୀୟ ସେନା । ପୁଲୱାମା ଆକ୍ରମଣରେ ୪୦ ଯବାନଙ୍କୁ ହରାଇବା ପରେ ସେନା ପ୍ରତିଶୋଧ ନେବା ଆରମ୍ଭ କରିଦେଇଛି । ଆଜି ଜୈଶ-ଇ ମହମ୍ମଦର କମାଣ୍ଡର ଗାଜି ରସିଦକୁ ସେନା ଗୁଳିରେ ନିହତ ହୋଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତୀୟ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ୧୪ତାରିଖ ପୁଲୱାମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓରଫ କାମରାନ ଓ ତାର ସହଯୋଗୀ ହିଲାଲଙ୍କ ସଫା କରିଛି ସେନା । ଏହି ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ସେମାନେ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଥିଲା ସେନା ।

ତେବେ ଏତିକି ଯଥେଷ୍ଟ ନୁହେଁ, ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଭାରତୀୟ ସେନାକୁ ବଡ଼ ଲଢ଼େଇ ଲଢ଼ିବା ପାଇଁ ପଡ଼ିବ । ବିଶ୍ୱସ୍ତସୂତ୍ର ଅନୁସାରେ ଘାଟିରେ ଜୈଶର ପାଖାପାଖି ୬୦ ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଜମ୍ମୁ-କଶ୍ମୀରରେ ଜୈଶ-ଇ ମହମ୍ମଦ ନିଜର ଆତଙ୍କର ଜାଲ ବିଛାଇ ରଖିଛି । କୁହାଯାଉଛି ଏଥିରେ ୩୫ ଜଣ ଆତଙ୍କବାଦୀ ବିଦେଶୀ ଅଟନ୍ତି, ଯେଉଁମାନେ ଆକ୍ରମଣ ପାଇଁ ପୁରା ପସ୍ତୁତ ଅଛନ୍ତି । ଆତଙ୍କବାଦୀ ଯେଉଁ ସ୍ଥାନରେ ଲୁଚିଛନ୍ତି, ସେମାନେ ନିୟମିତ ସମୟ ବ୍ୟବଧାନରେ ନିଜର ଠିକଣା ମଧ୍ୟ ବଦଳାଉଛନ୍ତି । ଏବେ ଆଙ୍କବାଦୀମାବେ ସହରର ଠାରୁ ବାହାରି ସୁରକ୍ଷିତ ସ୍ଥାନରେ ପହଞ୍ଚିଯାଇଛନ୍ତି ।

କେବଳ ଏତିକି ନୁହେଁ ସୀମା ପାର ଏହି ଆତଙ୍କବାଦୀମାନେ ବଂଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଲଓିରେ ପାକ୍ ସେନା ସତର୍କ ହୋଇ ରହିଛି । ସୀମା ପାଖରେ ଥିବା ଆତଙ୍କ ସଂଗଠନକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ପାକ୍ ସେନା । ସୂଚନାଯୋଗ୍ୟ କଶ୍ମୀରରେ ହେଉଥିବା ସମସ୍ତ ଗତିବିଧ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣକୁ ସୂଚନା ଦେଉଛନ୍ତି ସେନା ।