ପୁଲୱାମା ଆକ୍ରମଣ ନେଇ ସେନାର ପ୍ରେସମିଟ: ପିତା ମାତାଙ୍କ ଉଦ୍ଦେଶ୍ୟରେ କହିଲେ,ସେନା ନିକଟରେ ଆତଙ୍କବାଦୀ ପୁଅର କରାନ୍ତୁ ଆତ୍ମସମର୍ପଣ , ନଚେତ ବନ୍ଧୁକଧାରୀଙ୍କୁ କରାଯିବ ହତ୍ୟା

408

କନକ ବ୍ୟୁରୋ: ପୁଲୱାମା ଆକ୍ରମଣ ନେଇ ସେନା, ସ୍ଥାନୀୟ ପୋଲିସ ଓ ସିଆରପିଏଫ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛି ଭାରତୀୟ ସେନା । ସେନା ପକ୍ଷରୁ ଅପିଲ କରାଯାଇଛି, ନିଜ ଆତଙ୍କବାଦୀ ପୁଅଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ ସେମାନଙ୍କ ମା ଓ ବାପା । ନହେଲେ ବନ୍ଧୁକଧାରୀଙ୍କୁ କରାଯିବ ହତ୍ୟା । ସେନା ନିକଟରେ ଆତ୍ମସମର୍ପଣ ପରେ ଆତଙ୍କବାଦୀଙ୍କ ପାଇଁ ସ୍ୱତନ୍ତ୍ର ପଲିସି ରହିଛି । ତେଣୁ ଆତଙ୍କବାଦୀମାନେ ଯଥାଶୀଘ୍ର ସରେଣ୍ଡର କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ସେନା କହିଛି, ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ଗୁଇନ୍ଦ ସାଂସ୍ଥା ଆଇଏସଆଇର ହାତ ଥାଇପାରେ । ସେନା ଚାହୁଁନି ଘାଟିରେ ନିର୍ଦ୍ଦୋଷ ଲୋକ ମରନ୍ତୁ । ଲୋକେ ଆହତ ହୁଅନ୍ତୁ । ତେଣୁ ଆତଙ୍କବାଦୀମାନେ ଯଥାଶୀଘ୍ର ଆତ୍ମସମର୍ପଣ କରନ୍ତୁ । ସେହିଭଳି ଘାଟିରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ସବୁ କମାଣ୍ଡର ଏନକାଂଉଟରରେ ପ୍ରାଣ ହରାଇଛନ୍ତି ବୋଲି ସେନା ଆଜି ଦାବି କରିଛି । ଏନକାଉଂଟର ହେଉଥିବା ସ୍ଥାନରୁ ଲୋକେ ଦୂରେଇ ରହିବାକୁ ବି ସେନା ଅପିଲ କରିଛି । ଏପରିକି ଟପ କମାଣ୍ଡର କାମରୁନ ବି ମରଚି ବୋଲି ସେନା କହିଛି ।