ପୁଲୱାମା ଆକ୍ରମଣ ପରେ କ’ଣ ପାକିସ୍ତାନ ଉପରେ କିଛି ବଡ ପଦକ୍ଷେପ ନେବ ଭାରତ ? ତିନି ସେନାମୁଖ୍ୟଙ୍କ ସହ ଆଜି ବୈଠକ କରିବେ ରକ୍ଷାମନ୍ତ୍ରୀ ।

196

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ବଡ ବୈଠକ ହେବାକୁ ଯାଉଛି । ଏହି ଆକ୍ରମଣରେ ସାମିଲ୍ ଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଶରଣ ଦେବାକୁ ନେଇ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ,ସ୍ଥଳସେନା,ବାୟୁସେନା ଏବଂ ନୌସେନା ପ୍ରମୁଖ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ବୈଠକ ହେବ । ଏହି ବୈଠକ ଦୁଇଦିନ ପର୍ଯ୍ୟନ୍ତ ଚାଲିବ । ଜଣେ ସୈନ୍ୟ ଅଧିକାରୀଙ୍କ କହିବା ଅନୁସାରେ ବୈଠକରେ ପାକିସ୍ତାନ ସୀମାର ଅବସ୍ଥା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଚର୍ଚ୍ଚା ହେବ । ଏହାଛଡା ସରକାର କିଛି ପ୍ରମୁଖ ସୁରକ୍ଷା ଏବଂ ବିପଦକୁ ନେଇ ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନେବେ । ସୂତ୍ରାନୁସାର ବୈଠକରେ ଭାରତ-ଚୀନ୍ ସୀମା ସ୍ଥିତି ସହିତ ପଡୋଶୀ ରାଷ୍ଟ୍ର ସହିତ ଜଡିତ ଥିବା ଭୂ-ରଣନୈତିକ ବିଷୟ ଉପରେ ମଧ୍ୟ ଆଲୋଚନା ହେବ । ଏହି ବୈଠକରେ ଆମେରିକା,ଋଷ୍ ଏବଂ ଅନ୍ୟ ମିଶ୍ର ଦେଶ ସମେତ ଦୁନିଆର ମହତ୍ତ୍ୱପୂର୍ଣ୍ଣ ଦେଶ ସହ ସମ୍ବନ୍ଧ ଉପରେ ବିସ୍ତୃତ ଚର୍ଚ୍ଚା ହେବ । ସୈନ୍ୟ ସମ୍ବନ୍ଧ ଉପରେ ନିଜର ବିଚାର ରଖିବା ପାଇଁ ବିଦେଶ ମନ୍ତ୍ରାଳୟର ପ୍ରତିନିଧି ମଧ୍ୟ ବୈଠକରେ ସାମିଲ୍ ହେବେ ।
ଭାରତ ଏଭଳି ଉପାୟରେ ପାକିସ୍ତାନକୁ କ୍ଷତି ପହଂଚାଇ ସାରିଲାଣି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ରାଜନୈତିକ, ଆର୍ଥୀକ ମୋର୍ଚ୍ଚା ମାଧ୍ୟମରେ କ୍ଷତି ପହଂଚା ଯାଇଛି । ଆକ୍ରମଣର ତୁରନ୍ତ ପରେ ପାକିସ୍ତାନ ଉପରେ ଭାରତ ଟାର୍ଗେଟ୍ କରିସାରିଛି । ପ୍ରଥମେ ମୋଷ୍ଟ୍ ଫେବର୍ଡ ନ୍ୟାସନ୍ ସମ୍ନାନ ପାକ୍ ଉପରୁ ଛଡାଇ ନିଆଗଲା । ଏହାପରେ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ଇମ୍ପୋର୍ଟ ଡ୍ୟୁଟି ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇପାରିବ ।