ପଲ୍ସ କ୍ୟାଣ୍ଡିର ରେକର୍ଡ ! ଅନ୍ୟ ସବୁ କ୍ୟାଣ୍ଡିକୁ ବଜାରରୁ କଲା ମୂଳପୋଛ

26

ଭାରତରେ ପ୍ରତିଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ଭାରତ ଏତେ ବଡ ଦେଶ ଯେଉଁଠି ସବୁବେଳେ କିଛି ନିଆରା ହେଉଥାଏ । ନିକଟରେ ଆଉ ଏକ ରେକର୍ଡ ଭାଙ୍ଗିଛି । ଏବେ ଆପଣ ଜାଣିବାପାଇଁ ଚାହିଁବେ କି ଏହି ରେକର୍ଡ ଭାଙ୍ଗିଲା କିଏ ? ଏହା କୌଣସି ମଣିଷର କାମ ନୁହଁ ଏକ ଟଫିର କାମ ।

ଆପଣ ଜାଣନ୍ତି କି ପଲ୍ସ ଟଫି ବିଗତ ୨ ବର୍ଷରେ ୩୦୦ କୋଟି ଟଙ୍କାର ଲାଭ କରିଛି । ଏହି ଟଫି ୨ ବର୍ଷ ପୂର୍ବରୁ ଆସିଥିଲା ବଜାରକୁ । ପଲ୍ସ ଟଫି ଓରିଓର ମଧ୍ୟ ରେକର୍ଡ ଭାଙ୍ଗି ଦେଇଛି । ଏହି ଟଫିର ମାର୍କେଟିଙ୍ଗ ମଧ୍ୟ ଖୁବ ନିଆରା ଉପାୟରେ କରାଯାଇଥିଲା । ଦିଲ୍ଲୀର ମେଟ୍ରୋ ଷ୍ଟେସନରେ ପଲ୍ସ ଟଫି ମାଗଣାରେ ଖାଇବା ପାଇଁ ଦିଆଯାଉଥିଲା ।

ଆଉ ଆପଣ ଜାଣନ୍ତି ଲୋକମାନେ ମାଗଣା ଜିନିଷ ନେବା ପାଇଁ କେତେ ଆତୁର ? ଲୋକମାନେ ଏହି ଟଫିକୁ ପ୍ରଥମେ ମାଗଣାରେ ଖାଇଲେ ଏବଂ ତା’ପରେ ପଲ୍ସର ସ୍ୱାଦ ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା । ଏହା କଞ୍ଚାଆମ୍ବ ଫ୍ଲେବରର ହେବାସହ ଏହା ଭିତରେ ଏକ ଖଟ୍ଟା ଓ ଲୁଣିଆ ଚିଜ ଥାଏ ଯାହା ଲୋକଙ୍କୁ ବହୁତ ପସନ୍ଦ ।

ଲୋକଙ୍କ ପସନ୍ଦକୁ ଦେଖି ଆପଣ ଏବେ ସବୁ ଦୋକାନରେ ପାଇବେ ପଲ୍ସ  ଟଫି । ସ୍କୁଲ ଠାରୁ କଲେଜ ପିଲା ପର୍ଯ୍ୟନ୍ତ ସମସ୍ତେ ପଲ୍ସକୁ ବହୁତ ପସନ୍ଦ କରୁଛନ୍ତି । ଏବେ ଏହା ଦୁଇଟି ନୂଆ ଫ୍ଲେବର ମଧ୍ୟ ବଜାରକୁ ଆସିଯାଇଛି । କିଏ ଜାଣିଥିଲା ହଠାତ୍ ଆସି ପଲ୍ସ କ୍ୟାଣ୍ଡି ବଜାରରେ ଧମାକା ସୃଷ୍ଟି କରିବ ।

ପଲସ କ୍ୟାଣ୍ଡି ପାଇଁ ଜଣେ ପ୍ରଶଂସକ ତିଆରି କରିଛନ୍ତି ଏକ ଭିଡିଓ –