Pulsar ପ୍ରେମୀଙ୍କ ପାଇଁ ଖୁସିଖବର ! ନୂଆ ରୂପରେ ଲଞ୍ଚ ହେଲା Pulsar-150, ଷ୍ଟାଇଲିସ ସ୍ପୋର୍ଟି ଲୁକ୍ ସହ ରହିଛି ଦମଦାର ଫିଚର

88

ନୂଆ ଅବତାରରେ ଲୋକପ୍ରିୟ ମୋଟରସାଇକେଲ ପଲସର-୧୫୦ । ଅଧିକାଂଶ ଯୁବବର୍ଗଙ୍କ ପସନ୍ଦର ବାଇକ ହେଉଛି ପଲସରର ବିଭିନ୍ନ ମଡେଲ । ବଜାଜ ଅଟୋ ଲିମିଟେଡ କମ୍ପାନି ଯୁବବର୍ଗଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପଲସର-୧୫୦ର ଟ୍ୱିନ-ଡିସ୍କ ଏଡ଼ିସନ ଲଞ୍ଚ କରିଛି । ଦିଲ୍ଲୀରେ ଏହାର ଏକ୍ସ-ସୋରୁମ ମୁଲ୍ୟ ୭୮,୦୧୬ ଟଙ୍କା ରହିଛି । ସବୁଠୁ ବଡ କଥା ହେଲା ପଲସରର ଏହି ନୂଆ ମଡେଲରେ ଦୁଇଟି ଚକରେ ଡିସ୍କ ବ୍ରେକ ଦିଆଯାଇଛି । ଏହାଦ୍ୱାରା ବ୍ରେକକୁ ନେଇ ଦେଖା ଦେଉଥିବା ସମସ୍ୟାର ସମାଧାନ ହେବା ସହ ଚାଳକଙ୍କ ସୁରକ୍ଷାକୁ ମଧ୍ୟ ଦୃଷ୍ଟି ଦିଆଯାଇଛି ।

ଯୁବବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଏହି ନୂଆ ମଡେଲକୁ ସ୍ପୋର୍ଟି ଲୁକ୍ ଦିଆଯାଇଛି । କମ୍ପାନିର କହିବା ଅନୁଯାୟୀ, ପଲସର-୧୫୦ର ନୂଆ ମଡେଲରେ ଟ୍ୱିନ ଡିସ୍କ ବ୍ରେକ ରହିବା ସହ ଏହାର ରଙ୍ଗ ଓ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସ୍ପ୍ଳିଟ ସିଟ୍ , ସ୍ପ୍ଲିଟ୍ ଗ୍ରେବ ରେଲ୍ସ, ପୂର୍ବ ମଡେଲ ଠାରୁ ଲମ୍ବା ହ୍ୱିଲ ବେସ ଓ ଚଉଡା ଟାୟାର ବ୍ୟବହାର କରାଯାଇଛି । ଏହାକୁ ନୂଆ ଲୁକ ଦେବା ପାଇଁ ଏଥିରେ ସ୍ପୋର୍ଟି ଗ୍ରାଫିକ୍ସ କରାଯାଇଛି ।

କମ୍ପାନିର କହିବା ଅନୁଯାୟୀ, ଅନେକ ପରିବର୍ତ୍ତନ ସହ ଏହି ନୂଆ ମଡେଲକୁ ଲଞ୍ଚ କରାଯାଇଛି । ଶବ୍ଦ, ଭାଇବ୍ରେସନରେ ମଧ୍ୟ ଅନେକ ପରିବର୍ତ୍ତନ ଅଣାଯାଇଛି । ଗାଡିର ପଛରେ ୨୩୦ ଏମଏମର ଡିସ୍କ ବ୍ରେକ ରହିଛି । ଏହାସହ ଏହି ନୂଆ ମଡେଲରେ ୧୪୯.୫ ସିସିର ଇଞ୍ଜିନ ରହିଛି । ଏହି ନୂଆ ମଡେଲର ବାଇକ ବ୍ଲାକ ବ୍ଲୁ , ବ୍ଲାକ ରେଡ ଓ ବ୍ଲାକ କ୍ରୋମ ଭଳି ୩ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ । ତେବେ ପୁରୁଣା ୧୫୦ ସିଙ୍ଗଲ ଡିସ୍କ ମଡେଲର ବାଇକ ମଧ୍ୟ ବିକ୍ରି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ପଲସର ୧୫୦ ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ପୋର୍ଟସ ମୋଟର ସାଇକେଲ ମଧ୍ୟରୁ ଅନ୍ୟତମ । ଯୁବ ଗୋଷ୍ଠୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ମଡେଲ ଲଞ୍ଚ କରାଯାଇଛି ବୋଲି କହିଛି କମ୍ପାନି ।