ପୂଜାକୁ ଆସୁଛି ଓଡିଆ ଫିଲ୍ମ ‘ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ’ : ଜୋରସୋରରେ ଆଗେଇ ଚାଲିଛି ସୁଟିଂ

79

କନକ ବ୍ୟୁରୋ : ଏବେ ଜୋରସୋରରେ ଚାଲିଛି ମଂଜରୀ ମୁଭି ଛାତିତଳେ ଡିଂଗ ଡଂଗର ସୁଟିଂ । କନକ ନ୍ୟୁଜ୍  ଷ୍ଟୁଡିଓରେ ଚାଲିଛି ଏକ ଭିନ୍ନ ଦୃଶ୍ୟର ସୁଟିଂ । କନକ ନ୍ୟୁଜ୍ ମହାବିତର୍କ ଶୈଳୀର ଏକ ଦୃଶ୍ୟର ସୁଟିଂ ଚାଲିଛି । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ ଅଛନ୍ତି ।

ଇତି ମଧ୍ୟରେ ଫିଲ୍ମର ୧୦ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସେପଟେ ଆଜି ରେଡିଓ ଚକୋଲେଟ ୧୦୪ ଏଫଏମରେ ରିଲିଜ୍ ହେଉଛି ଫିଲ୍ମର ଟାଇଟଲ ଟ୍ରାକ୍ । ମଳୟ ମିଶ୍ର ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି । ଏଗୁଡିକ ଦର୍ଶକଙ୍କ ମନ କିଣିବ ବୋଲି ଫିଲ୍ମର କଳାକାରମାନେ ଆଶା ପ୍ରକାଶ କରିଛନ୍ତି ।

ଦେଖନ୍ତୁ ସୁଟିଂ ସେଟର ଏହି ଭିଡିଓ –