ଭିତରେ ଜୟା ବାହାରେ ପୂଜା : ଅନୁଗତଙ୍କୁ କ୍ଷମତା ହସ୍ତାନ୍ତର ପରେ ଜୟାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସସପେନ୍ସ ଜାରି

24

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏବେବି ଜାରି ରହିଛି ରହସ୍ୟ । ତାଜା ହେଲଥ ବୁଲେଟିନ୍ ଅନୁସାରେ ଆଉ ବେଶ କିଛି ଦିନ ଯାଏଁ ହସ୍ପିଟାଲରେ ରହିପାରନ୍ତି ଜୟା । ଗୋଟିଏ ପଟେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ରହସ୍ୟ ଲାଗି ରହିଥିବା ବେଳେ ଅନ୍ୟପଟେ ତାଙ୍କ ଶୀଘ୍ର ଉନ୍ନତି କାମନା କରି ସମର୍ଥକ ଆରମ୍ଭ କରିଛନ୍ତି ହୋମଯଜ୍ଞ । ଅନ୍ୟପଟେ ଜୟଲଳିତାଙ୍କ ସଂପର୍କୀତ ଗୁଜବ ପ୍ରଚାର କରୁଥିବା ୨ ଜଣ ଇଂଜିନିୟରକୁ ଗିରଫ କରିଛି ପୁଲିସ ।