ପୂଜା ଚାନ୍ଦା ନା ଦାଦାବଟି : ଲୋକଙ୍କ ତଂଟି ଚିପି ଆଦାୟ କରାଯାଉଛି ହଜାର ହଜାର ଟଙ୍କା

31

କନକ ବ୍ୟୁରୋ : ପୂଜା ଚାନ୍ଦା ନାଁରେ ଦାଦାବଟି । ଲୋକଙ୍କ ତଂଟି ଚିପି ଆଦାୟ କରାଯାଉଛି ହଜାର ହଜାର ଟଙ୍କା । ପୂଜା କମିଟି ପକ୍ଷରୁ କଟା ଯାଉଛି ରସିଦ। ରସିଦରେ ଲେଖାଥିବା ଟଙ୍କା ନଦେଲେ ଆରମ୍ଭ ହୋଇଯାଉଛି ଗୁଣ୍ଡାଗର୍ଦି । ଆଜି ଷଷ୍ଠୀ ପୂଜା ଚାଲିଥିବା ବେଳେ କିଛି ବ୍ୟବସାୟୀ ଆଣିଛନ୍ତି ଏପରି ଅଭିଯୋଗ । ଏପରିକି ଟଙ୍କା ନଦେଲେ, କମିଟି ସଦଶ୍ୟ ମାନେ ଦୋକାନ ଭିତରେ ପଶି ମାଡ ମାରିଥିବା ଅଭିଯୋଗ ହୋଇଛି ।

ଖାରବେଳ ନଗର ଥାନା ଅଧିନରେ ଥିବା ସୁଭମ ମାର୍କେଟ କଂପ୍ଲେସ ଆଗରେ ଜଣେ ବ୍ୟବସାୟୀଙ୍କୁ ମାଡ ମାରି ଲହୁଲୁହାଣ କରି ପକାଇଛନ୍ତି ପୂଜା କମିଟି ସଦଶ୍ୟ । ପୂଜା ଚାନ୍ଦା ନାଁରେ ସତ୍ୟନଗର ପୂଜା କମିଟି ସଦସ୍ୟମାନେ ଏହି ଦାଦାଗିରି କରିଥିବା ଅଭିଯୋଗ ଆଣିଛି ସୁବାଷ ଜୁଏଲର୍ସ । ଅଭିଯୋଗକାରୀଙ୍କ ବୟାନ ଅନୁସାରେ, ପୋଲିସ ବି ଚାହୁଁଛି ମାମଲା ରଫାଦଫା କରିବା ପାଇଁ ।

ଅଭିଯୋଗକୁ ଭିତି କରି ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ସାରିଛି ପୁଲିସ । ପୂଜା ପାଇଁ ଚାନ୍ଦା ଆଦାୟ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା । ହେଲେ ଜୋରଜବରଦସ୍ତ ମାଡ ମାରି ଚାନ୍ଦା ଆଦାୟ କରିବା ଏକ ସାମାଜିକ ଅପରାଧ ନିଶ୍ଚୟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –