ରାଉରକେଲାରେ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ପୋଲିସ ଗାଡ଼ି ଭାଙ୍ଗିଲେ, ଫାଣ୍ଡି ଅଧିକାରରୀଙ୍କ ମୁଣ୍ଡ ଫଟାଇଲେ

29

କନକ ବ୍ୟୁରୋ : ପୋଲିସ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଚାଲିଛି ଭଂଗାରୁଜା । ଟେକା ପଥର ମାଡ, ବାଉଁଶରେ ଗାଡି କାଚ ଭଂଗାରୁଜା । ଗୋଡାଇ ଗୋଡାଇ ପୋଲିସକୁ ବି ମାଡ ମାରୁଛନ୍ତି । ଦୁର୍ଘଟଣାରେ ଛାତ୍ରମୃତ୍ୟୁକୁ ନେଇ ଅଶାନ୍ତ ଜନତା ଘଟାଇଛନ୍ତି ତୁମୁଳ କାଣ୍ଡ । ପୋଲିସ ଉପରେ ସୁଝାଇଛନ୍ତି ରାଗ । ଆଉ ଶହ ଶହ ଲୋକଙ୍କ ଆକ୍ରୋଶ ଆଗରେ ଅସହାୟ ହୋଇପଡିଛି ପୋଲିସ । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି ଥାନା ଅଧିକାରୀ ।

ସ୍ମାର୍ଟ ସିଟି ରିଂ ରୋଡ୍ର ସ-ମିଲ୍ ଛକରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ କାର୍ ରାସ୍ତା ଉପରେ ଗୋଟିଏ ସାଇକେଲ, ବାଇକ୍ ଓ ସ୍କୁଟିକୁ ଧକା ଦେଇଥିଲା । ଯେଉଁଥିରେ ଜଣେ ଯୁକ୍ତ ଦୁଇ ଛାତ୍ର ଓ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆଉ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ପ୍ରତିବାଦରେ ରବିବାର ରାସ୍ତାରୋକ କରିଥିଲେ ଶହ ଶହ ଲୋକ । ଆଉ ଘଟଣାସ୍ଥଳରେ ପୋଲିସ ପହଁଚିବା ପରେ ଅଣାୟତ ହୋଇପଡିଥିଲା ପରିସ୍ଥିତି ।

ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ପୋଲିସର ଦୁଇଟି ଭ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେବି ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି । ୫ ପ୍ଲାଟୁନ୍ ଫୋର୍ସ ମୁତୟତ କରାଯାଇଛି ।