ଜୟାଙ୍କ ପାଇଁ ପାଗଳ ଜନତା : ରାଜାଜୀ ହଲ ସମ୍ମୁଖରେ ସମର୍ଥକଙ୍କ କାନ୍ଦବୋବାଳି

71

କନକ ବ୍ୟୁରୋ : ଜୟଲଳିତାଙ୍କ ପରଲୋକରେ ସମଗ୍ର ତାମିଲନାଡୁ ସ୍ତବ୍ଧ ହୋଇଯାଇଛି । ଚାରିଆଡେ ଶୋକର ଛାୟା ଖେଳି ଯାଇଛି । ଆପୋଲୋ ହସ୍ପିଟାଲ ହେଉ କି ରାଜାଜୀ ହଲ ହେଉ ସବୁଠି ତାଙ୍କ ସମର୍ଥକଙ୍କ ଭିଡ । ସେମାନଙ୍କ ଆଖିରେ ଲୁହ ଏବଂ ହୃଦୟରେ କୋହକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି ଜୟାଙ୍କୁ କେତେ ଭଲ ପାଆନ୍ତି ଏମାନେ । ସମସ୍ତଙ୍କ ମୁହଁରେ କେବଳ ଆମ୍ମା, ଆମ୍ମା ଡାକ ଶୁଣିବାକୁ ମିଳୁଛି । ପ୍ରିୟ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାମିଲନାଡୁରେ ୭ ଦିନିଆ ଶୋକ ପାଳନ କରାଯାଉଛି ।

ଆଜିଠାରୁ ୩ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ ରାଜ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଦୋକାନ ବଜାରରେ ତାଲା ପଡିଛି । ଆମ୍ମାଙ୍କ ବିୟୋଗରେ ମ୍ରିୟମାଣ ପ୍ରଂସଶକ ବିଭିନ୍ନ ସ୍ଥାନରେ ତାଙ୍କ ଫଟୋ ରଖି ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏହାସହ ଜୟାଙ୍କୁ ସମ୍ମାନ ଜଣାଇ ଆଜି ଦିନଟିକୁ ତାମିଲନାଡୁରେ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି ।