ଛୁଆଙ୍କ ଭଳି କାନ୍ଦିଉଠିଲେ ସଭା ଆୟୋଜକ ! କହିଲେ , କେଉଁଠି ମୁହଁ ଦେଖାଇବା ପାଇଁ ଛାଡିଲେ ନାହିଁ କେଜରିୱାଲ୍ ।

1,063

ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଯେତେବେଳେ ବି ଭାଷଣ ଦେଇଥାନ୍ତି ତାଙ୍କ ମଜାଳିଆ ଅନ୍ଦାଜ ଜନତାଙ୍କୁ ହସାଇଥାଏ । ଲୋକମାନେ ତାଳି ବଜାନ୍ତି କିନ୍ତୁ ଏଠାରେ ମାମଲା ସଂପୁର୍ଣ୍ଣ ଓଲଟା । କେଜରିୱାଲଙ୍କ ଠାରେ ଦୁଃଖୀ ହୋଇ ଏହି ବ୍ୟକ୍ତିଜଣକ ଛୁଆଙ୍କ ପରି କାନ୍ଦୁଛନ୍ତିି । ନାଁ ତାଙ୍କର ଦୟାନନ୍ଦ ଗର୍ଗ । ଭିବାନୀର ନୂଆ ଧାନମଣ୍ଡିରେ ଏକ ଅଭିଭାଷଣ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯାହାର ଆୟୋଜକ ଥିଲେ ଦୟାନନ୍ଦ ଏବଂ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୁପେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଠିକ୍ ସମୟରେ ଚଉକି ଖାଲି ଥିବା ଖବର ପାଇ କେଜରିୱାଲ୍ ସଭାକୁ ଆସିବାକୁ ମନା କରିଥିଲେ ।

ବାସ୍ ତାପରେ ଆଉ କ’ଣ … ଗର୍ଗ ସାର୍ ଙ୍କୁ ଏଭଳି ଝଟକା ଲାଗିଥିଲା ଯେ ସେ ଛୁଆଙ୍କ ଭଳି କାନ୍ଦିବାକୁ ଆରମ୍ଭ କରିଦେଇଥିଲେ । ସମ୍ମିଳନୀ ରଦ୍ଦ ହେବା ପରେ ଗର୍ଗ କାନ୍ଧୁଥିବା ଅବସ୍ଥାରେ ମିଡିଆକୁ କହିଥିଲେ ଯେ ସେ ସଭା ପାଇଁ ଋଣରେ ଟଙ୍କା ଧାର ନେଇଥିଲେ । କେଜରିୱାଲଙ୍କ ସଭାକୁ ନ ଆସିବା ପରେ ତାଙ୍କ ଟଙ୍କା ବୁଡିଯିବା କଥା ସେ କହିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଗତ ୧୫ ଦିନ ହେଲା ଚାଲୁଥିବା ବେଳେ ଆୟୋଜକ ଗର୍ଗ ଘରଦ୍ୱାର ପ୍ରତି ଧ୍ୟାନ ନଦେଇ ନିଜ ପ୍ରଚେଷ୍ଟାରେ ଏହି ସଭା କିଭଳି ଭଲ ହେବ ସେଥିପାଇଁ ଲାଗିପଡିଥିଲେ । କିନ୍ତୁ ତାଙ୍କ ସବୁ ପରିଶ୍ରମ ବୃଥାରେ ଚାଲିଗଲା ।

 

ଗର୍ଗ କହିଲେ ଯେ କେଜରିୱାଲ୍ ତାଙ୍କୁ କେଉଁଠାରେ ମୁହଁ ନ ଦେଖାଇବା ଅବସ୍ଥାରେ ଛାଡିଦେଲେ । ତାଙ୍କର ୬ ବର୍ଷର ଗୋଟିଏ ଝିଅ ୧୦ ଦିନ ଧରି ଗୋଟିଲ ପେନସିଲ୍ ଆଣିବାକୁ ଜିଦ୍ କରୁଥିଲା କିନ୍ତୁ ସେ ଏହି ସଭା ପାଇଁ ତାଙ୍କ ଝିଅକୁ ଅଣଦେଖା କରିଥିଲେ ।