ପ୍ରାଇମେରୀ ସ୍କୁଲରେ ବ୍ୟାନ ହେଲା PUBG ଗେମ୍ ! ଜାଣନ୍ତୁ ବ୍ୟାନ ପଛର କାରଣ

122

ଗୁଜରାଟ ସରକାର ପିଲାଙ୍କ ପାଠପଢ଼ାର ଚିନ୍ତା କରି PUBG (ପ୍ଲେୟର ଅନନୋନ୍ସ ବେଟଲଗ୍ରାଉଣ୍ଡସ୍) ଗେମକୁ ପ୍ରାଇମେରୀ ସ୍କୁଲରେ ବ୍ୟାନ କରିଦେଇଛନ୍ତି । ରାଜ୍ୟ ପ୍ରାଇମେରୀ ଶିକ୍ଷା ବିଭାଗ ଏକ ସର୍କୁଲାର ଜାରି କରିଛନ୍ତି । ଯେଉଁଥିରେ ଏଜୁକେଶନ ଅଫିସର୍ସଙ୍କୁ ଏହି ଗେମକୁ ବ୍ୟାନ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ସହିତ ଗୁଜରାଟ ପ୍ରଥମ ଏମିତି ରାଜ୍ୟ ବନିଯାଇଛି, ଯିଏ ଏହି ଗେମକୁ ନେଇ ପଦକ୍ଷେପ ନେଇଛି ।

ବ୍ୟାନ କରିବା ପଛର କାହାଣୀ : ଏହି ଗେମକୁ ବ୍ୟାନ କରିବା ପଛର ସବୁଠାରୁ ବଡ କାରଣ ହେଉଛି କି ପିଲାଙ୍କୁ ଏହି ଗେମ୍ ର ନିଶା ଲାଗିଲାଣି । ଏହା ତାଙ୍କ ଚିନ୍ତାଧାରା ଉପରେ ଖରାପ ପ୍ରଭାବ ପକାଉଛି । ସେଇଠି ଛାତ୍ରଙ୍କ ଫଳାଫଳ ବି ଏହା ଦ୍ୱାରା ବହୁତ ପ୍ରଭାବିତ ହେଉଛି । ଏହାକୁ ୟୁଜର୍ସ ଘଣ୍ଟା ଘଣ୍ଟା ଧରି ଖେଳୁଛନ୍ତି ।

ମାନସିକ ରୋଗର ଶିକାର ହେଉଛନ୍ତି ୟୁଜର୍ସ : PUBG ଗେମକୁ ଖେଳିବା ସମୟରେ ୟୁଜର୍ସ ନୂଆ ନୂଆ ଲେଭେଲ ଆଡକୁ ଯେତେ ବଢ଼ୁଛନ୍ତି, ସେତେ ହିଁ ଲୋକଙ୍କ ମାନସିକତା ଉପରେ ଏହାର ଖରାପ ପ୍ରଭାବ ପଡୁଛି । ଲୋକ ଘଣ୍ଟା ଘଣ୍ଟା ଧରି ଏହି ଖେଳକୁ ପ୍ରତିଦିନ ଖେଳୁଛନ୍ତି । ଚଳିତ ମାସରେ ଏକ ଖବର ଆସିଥିଲା କି, ଜମ୍ମୁ-କାଶ୍ମୀରର ଫିଟନେସ୍ ଟ୍ରେନର ନିଜର ମାନସିକ ସନ୍ତୁଳନ ଚଟଈଏ ଗେମକୁ ଖେଳିବା ସମୟରେ ହରାଇଦେଇଥିଲେ । ତା’ପରେ ଡାକ୍ତରଙ୍କ ଦ୍ୱାରା ତାଙ୍କୁ କିଛି ଦିନ ବିଶ୍ରାମ ରହିବାକୁ କୁହାଯାଇଛି ଯଦ୍ୱାରା ତାଙ୍କର ମାନସିକ ସନ୍ତୁଳନ ପୂର୍ବାବସ୍ଥାକୁ ଫେରିଆସିବ ।