ପବଜି ପାଇଁ ପାଗଳ ହେଲା ଯୁବକ : ହାତଗୋଡ଼ ବାନ୍ଧି ହସ୍ପିଟାଲକୁ ନେଲେ ପରିବାର ଲୋକ ।

26,615

ହସ୍ପିଟାଲରେ ପହଁଚାଇଦେଲା ପବଜି ଖେଳିବାର ନିଶା । ହାତଗୋଡ଼ ବାନ୍ଧି ଘରର ଭେଣ୍ଡିଆ ପୁଅକୁ ହସ୍ପିଟାଲକୁ ନେଇଗଲେ ପରିବାର ଲୋକ । ବିହାରର ବସ୍ତର ଜିଲ୍ଲାରେ ଗୋଟିଏ ପରିବାର କାନ୍ଦି କାନ୍ଦି ପୁଅକୁ ହାତଗୋଡ଼ ବାନ୍ଧି ହସ୍ପିଟାଲରେ ପହଁଚାଇଥିଲେ । ଏହାର କାରଣ ଥିଲା ପବଜି ଖେଳ । ଆଜିର ସମୟରେ ଅନଲାଇନ୍ ଗେମ୍ ପବଜି ଏତେ ପପୁଲାର୍ ହୋଇଛି ଯେ ପିଲାଠାରୁ ଯୁବକ ପର୍ଯ୍ୟନ୍ତ ସବୁ ଏହି ଖେଳ ମାୟାରେ ବାୟା । ଏଭଳି ଅନେକ ମାମଲା ଆଗରୁ ଆସିଥିବା ବେଳେ ଏବେ ବସ୍ତରରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ବକ୍ସର ମାଠିିଆ ମୋଡ୍ ର ଜଣେ ଯୁବକ ମୋନୁକୁ ପବଜିର ଏଭଳି ନିଶା ଲାଗିଥିଲା ଯେ କେହି କିଛି କରିବାକୁ କହିଲେ ମୋନୁ ସମସ୍ତଙ୍କୁ ମାରିବାକୁ ଗୋଡାଉଥିଲା ।

ମୋନୁର ଏଭଳି ବ୍ୟବହାରରେ ବିରକ୍ତ ହୋଇ ପରିବାର ଲୋକ ତା’ର ହାତଗୋଡ ବାନ୍ଧି ହସ୍ପିଟାଲ୍ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଯୁବକର ଚିକିତ୍ସା କରୁଥିବା ଡାକ୍ତର ଅନିଲ୍ ଙ୍କ କହିବାନୁସାରେ , ମୋନୁର ଏବେ ଚିକିତ୍ସା ଚାଲିଛି ଖୁବଶୀଘ୍ର ସେ ପୂର୍ବବସ୍ଥାକୁ ଫେରିଆସିବାର ସମ୍ଭାବନା ରହିଛି । ତେବେ ଏହି ସବୁ ଅସୁବିଧା ଅତ୍ୟଧିକ ପବଜି ଖେଳିବା କାରଣରୁ ହୋଇଛି ବୋଲି ଡାକ୍ତର କହିଛନ୍ତି ।