ଗୋଆ ମନ୍ତ୍ରୀ କହିଲେ PUBG ଗେମ୍ ଘରେ ଘରେ ରାକ୍ଷସର ରୂପ ନେଉଛି ! ତୁରନ୍ତ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ,ନହେଲେ ପରିସ୍ଥିତି ବିଗିଡିଯିବ ।  

100

ଘର ହେଉ କିମ୍ବା ଅଫିସ , ମେଟ୍ରୋ ହେଉ କିମ୍ବା ଲୋକାଲ୍ ଟ୍ରେନ୍ ଆଜିକାଲି ସମସ୍ତଙ୍କୁ ପ୍ଲେୟର୍ସ ଅନନୋନ୍ ବ୍ୟାଟଲ୍ ଗ୍ରାଉଣ୍ଡ ଅର୍ଥାତ୍ PUBG ଗେମ୍ ଖେଳିବାର ଭୂତ ଚଢିଛି । ଏହି ଗେମର ବିପଦପୂର୍ଣ୍ଣ ପ୍ରଭାବକୁ ଦେଖି କିଛି ଲୋକ ଏହା ଉପରେ ପ୍ରତିବନ୍ଧକ ଲଗାଇବା କଥା ମଧ୍ୟ କହୁଛନ୍ତି । ଲୋକଙ୍କ ପାଇଁ ଅଭ୍ୟାସରେ ପରିଣତ ହୋଇଥିବା ଏହି ଗେମକୁ ଜଣେ ଗୋଆ ମନ୍ତ୍ରୀ ମଧ୍ୟ ପ୍ରତିବନ୍ଧକ ଲଗାଇବା କଥା କହିଛନ୍ତି । ରବିବାର ରାଜ୍ୟ ସୂଚନା ଏବଂ ଟେକ୍ନୋଲଜି ମନ୍ତ୍ରୀ ରୋହନ ଖାଉଣ୍ଟେ କହିଥିଲେ ଯେ ଅନଲାଇନ୍ ଗେମ୍ PUBG ଉପରେ ରାଜ୍ୟ ସରକାରଙ୍କ ତରଫରୁ ରୋକ୍ ଲଗାଇବା ପାଇଁ ଆଇନ୍ ବ୍ୟବସ୍ଥା କରିବା ଉଚିତ୍ ।

ପୋରବୋରିମ୍ ର ଏକ ସରକାରୀ କାର୍ଯ୍ୟକ୍ରମରେ ମିଡିଆକୁ ଯବାବ୍ ଦେବାକୁ ଯାଇ ଖାଉଣ୍ଟେ କହିଥିଲେ ଯେ ଏହି ଅନଲାଇନ୍ ଗେମ୍ ପ୍ରତିଘରେ ଏବେ ରାକ୍ଷସରେ ରୁପ ନେଇଯାଇଛି । ଛାତ୍ରଛାତ୍ରୀ ମାନେ ପାଠପଢା ଛାଡି ଏହି ଖେଳ ଖେଳିବାରେ ସମୟ ନଷ୍ଟ କରୁଛନ୍ତି । ତେଣୁ ପ୍ରତି ରାଜ୍ୟରେ ଏହି ଗେମ୍ ବ୍ୟାନ୍ କରିବା ପାଇଁ ଆଇନ୍ ହେବା ଦରକାର । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଏହି ଗେମ୍ ବ୍ୟାନ୍୍ କରିବା ପାଇଁ କଡା ନିଷ୍ପତ୍ତି ନେବା ଆବଶ୍ୟକ । ଘରେ ଘରେ ରାକ୍ଷସ ଭଳି ବ୍ୟାପୁଥିବା PUBG ଗେମ୍ କୁ ଜଲଦି ହିଁ ବନ୍ଦ କରିବା ଆବଶ୍ୟକ ।