ସୁଧୁରିବ କି ଭାରତ-ପାକିସ୍ତାନ ସମ୍ପର୍କ ? ଭାରତକୁ ଆହ୍ୱାନ କଲେ ପାକିସ୍ତାନର ନୂଆ ସୁଲତାନ ଇମ୍ରାନ ଖାନ୍

51

କନକ ବ୍ୟୁରୋ: ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଭାରତକୁ ଆହ୍ୱାନ । ପାକିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ଇମ୍ରାନ ଖାନ ଭାରତକୁ ଆହ୍ୱାନ ଦେଇଛନ୍ତି । ଦଳର ବିଜୟ ଏକ ପ୍ରକାର ସ୍ପଷ୍ଟ ହୋଇଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ମନକଥା କହିଛନ୍ତି ଇମ୍ରାନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉଲ୍ଲେଖ କରି ଇମ୍ରାନ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହେଉଛି କାଶ୍ମୀର । ଯାହାକୁ ନେଇ ଭାରତ ଭାବୁଛି କାଶ୍ମୀରରେ ପାକିସ୍ତାନ ବିଶୃଙ୍ଖଳା କରୁଛି ତ ଅନ୍ୟପଟେ ବଲୁଚିସ୍ତାନରେ ବିଶୃଙ୍ଖଳା ଭାରତ କରୁଛି ବୋଲି ଆମେ ଭାବୁଛୁ ଇମ୍ରାନ ଖାନ କହିଛନ୍ତି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବା ଦରକାର । ଭାରତ-ପାକିସ୍ତାନ ମଧ୍ୟରେ ସୁଃ ସମ୍ପର୍କ ଯୋଡିବା ପାଇଁ ଆପୋଷ ଆଲୋଚନାରେ ହିଁ ସମ୍ଭବ ହୋଇ ପାରିବ ।

ଭାରତ ଓ ପାକ୍ ସମ୍ପର୍କ ଯୋଗୁଁ ଉଭୟ ଦେଶର ଲାଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇମ୍ରାନ । ଯେଉଁଥି ପାଇଁ ଭାରତ ଯଦି ଏକ ପାଦ ଆଗକୁ ବଢ଼ାଏ , ଆମେ ୨ ପାଦ ଆଗକୁ ବଢ଼ାଇବୁ ବୋଲି ଇମ୍ରାନ ଖାନ କହିଛନ୍ତି । ଆମେ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହୁଁଚୁ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା ଅନେକ ସମୟରେ ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ମୁଣ୍ଡ ଟେକୁଥିବା ଅନେକ ଗୁଇନ୍ଦା ବିଭାଗଙ୍କ ହସ୍ତଗତ ହୋଇଛି । ଏପରିସ୍ତଳେ କେମିତି ଭାରତ ସହିତ ସୁଃସମ୍ପର୍କ ସ୍ଥାପନ କରିବେ ଇମ୍ରାନ ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଏଠି ପ୍ରଶ୍ନ ଉଠୁଛି ପାକିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ଇମ୍ରାନ ଖାନ କେତେ ସକ୍ଷମ ହେବେ ଭାରତ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ । ଜଣେ କ୍ରିକେଟେ ଜଗତରେ ପ୍ରିତିଷ୍ଠିତ ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି । ସିଏ ପାକିସ୍ତାନର ସୁଲତାନ ହେବାକୁ ଯାଉଛନ୍ତି । କିନ୍ତୁ ଯେଉଁ ବାଦବିବାଦ ପାକିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘ ବର୍ଷ ଧରି ଅଛି ତାହାକୁ କେତେଦୂର ସମାଧାନ କରିପାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।