ଜେଲ ଗଲା ସାଇକୋ କିଲର ! ନିଶା ଦେଇ ଦୁଷ୍କର୍ମ କରିବା ପରେ ୫ ଜଣ ମହିଳାଙ୍କୁ କରିଥିଲା ହତ୍ୟା

39

କନକ ବ୍ୟୁରୋ : ଜେଲ ଗଲା ସିରିଏଲ କିଲର୍ । ମହିଳାଙ୍କୁ ଦୁର୍ଷ୍କମ ପରେ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସାଇକୋ କିଲର୍ ବୁଦ୍ଧଦେବର ଜାମିନ୍ ଆବେଦନ ନାମଂଜୁର ହୋଇଛି । ଫଳରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇଛନ୍ତି ପିପିଲି ଜେଏମ୍ଏଫସି କୋର୍ଟ । ନିଶା ଦେଇ ଦୁଷ୍କର୍ମ ଏବଂ ପରେ ନୃସଂଶ ଭାବରେ ମହିଳାଙ୍କୁ ହତ୍ୟା କରୁଥିବା ଏହି ମାନସିକ ବିକାରଗସ୍ତ ଯୌନ ପିପାସୁ ଗିରଫ ହେବା ପରେ ଖୋଲିଛି ପୁରା ଗୁମର ।

ପୁଲିସ୍ ହେପାଜତରୁ ଚମ୍ପଟ୍ ମାରି, ଗୋଟିଏ ପରେ ଗୋଟିଏ ନୃସଂଶକାଣ୍ଡ ଭିଆଉଥିବା, ସାଇକୋ କିଲର୍ ବୃଦ୍ଧଦେବ ବେହେରାକୁ ଶେଷରେ ଜେଲର ଅନ୍ଧାର କୋଠରି ଭିତରକୁ ଯିବାକୁ ପଡ଼ିଛି । ଡେଲାଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଜାମିନ୍ ନାମଂଜୁର ହେବା ପରେ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ୍କୁ ପଠାଇ ଦେଇଛନ୍ତି କୋର୍ଟ ।

ପୁଲିସ୍ ଆଖିରେ ଧୁଳି ଦେଇ ଦେବଗଡ଼ରୁ ପୁରୀ, ବ୍ରହ୍ମପୁରରୁ ଯାଜପୁର ଘୁରି ବୁଲି ନିଜର କୁତ୍ସିତ ଉଦ୍ଦେଶ୍ୟ ଚରିତାର୍ଥ କରୁଥିବା ବୁଦ୍ଧଦେବକୁ ଗିରଫ କରିଥିଲା ପୁରୀ ପୁଲିସର  ସ୍ପେଶାଲ ଟିମ୍ । ଆଉ ପୁଲିସ୍ ଆଗରେ ବଖାଣି ଥିଲା ପୁରା କାହାଣୀ । ଡେଲାଙ୍ଗ ବୁଦ୍ଧିପଡା ଜଙ୍ଗଲରେ କନ୍ଧମାଳର ସ୍ୱାମୀ ପରିତ୍ୟକ୍ତା ଅନିତା ବେହେରାଙ୍କୁ ଟାର୍ଗେଟ୍ କରିଥିଲା ଏହି ଦୁର୍ଦାନ୍ତ ଅପରାଧୀ । ନିଶାଗସ୍ତ କରି ଅନିତାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନୃଶଂସ ଭାବେ ହତ୍ୟା କରିଥିଲା । କଣ୍ଢେଇଗୋଲା ଗାଁର ଜଗନ୍ନାଥ ପାତ୍ରଙ୍କ ପତ୍ନୀ କଳ୍ପନା ପାତ୍ରଙ୍କୁ ହତ୍ୟା କରିଥିଲା ଏହି ଅଭିଯୁକ୍ତ । ହେଲେ ଚିକିତ୍ସା ହେଉଥିବା ଅବସ୍ଥାରେ ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା ।

ଯାଜପୁର ବଇରୀ ଅଂଚଳର ପ୍ରୀତି ଭୋଇଙ୍କୁ ସେମିତି ଦୁର୍ଷ୍କମ କରିବା ପରେ ହତ୍ୟା କରିଥିଲା । ଯାଜପୁର ଷ୍ଟେସନରୁ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ । ଏମିତି ୫ରୁ ଅଧିକ ମହିଳାଙ୍କୁ ହତ୍ୟା କରିବାଥିବା ସ୍ୱୀକାର କରିଛି ବୁଦ୍ଧଦେବ । କାହାର ଗଳାକାଟି, ତ ଆଉ କାହାର ତଂଟିଚିପି । ମାନସିକ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଭଳି ରୋଗୀଙ୍କ ଆଚରଣ ନେଇ କହିଛନ୍ତି-ଏଭଳି ବ୍ୟକ୍ତିମାନେ କୌଣସି କାମ କରିବାକୁ କୁଂଠାବୋଧ କରନ୍ତି ନାହିଁ । ଦେବଗଡ଼ ଜିଲ୍ଲାର ଏହି ସାଇକୋ କିଲର୍ ପୁଲିସ୍ ହାତରେ ଧରାପଡ଼ିବା ପରେ ଏବେ ସାମ୍ନାକୁ ଆସିଛି, ପରଦା ଆଡୁଆଳରେ ଲୁଚି ଯାଇଥିବା ଅନେକ ରହସ୍ୟ ।