ଗ୍ରାହକଙ୍କ ପାଇଁ ଖୁସି ଖବର! ବଦଳିବ ବ୍ୟାଙ୍କ ଖୋଲିବାର ସମୟ, ୧୦ଟାରେ ନୁହେଁ, ଏଣିକି ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ

ଆସନ୍ତାମାସରୁ ଲାଗୁ ହୋଇପାରେ ନୂଆ ସମୟ

23,471

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ସକାଳ ୧୦ଟାରେ ନୁହେଁ ବରଂ ସକାଳ ୯ଟାରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି ନିଆଯାଇଛି କି ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ତଥା ରିଜିଓନାଲ ରୁରାଲ୍ ବ୍ୟାଙ୍କଗୁଡିକ ଏଣିକି ସକାଳ ୯ଟାରୁ ଖୋଲାଯିବ ।

 

ତେବେ ସାରା ଦେଶରେ ବ୍ୟାଙ୍କ ଖୋଲାଯିବାର ସମୟକୁ ଏକ ସମାନ ତଥା ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ତରଫରୁ ନିକଟରେ ଭିଡିଓ କନଫରେନ୍ସ ଜରିଆରେ ଏକ ବୈଠକ କରାଯାଇଥିଲା । ବୈଠକରେ ନିଷ୍ପତି ନିଆଯାଇଥିଲା କି , ବ୍ୟାଙ୍କ ଶାଖାଗୁଡିକ ଗ୍ରାହକଙ୍କ ସୁବିଧା ହିସାବରେ ଖୋଲିବା ଉଚିତ । ଏଥିରେ ବ୍ୟାଙ୍କ ଶାଖାଗୁଡିକର ଖୋଲାଯିବା ସମୟରେ ପରିବର୍ତ୍ତନକୁ ବି ମଂଜୁରୀ ମିଳିଛି ।

ଆଇବିଏ ପକ୍ଷରୁ ଜୁନ ୨୪ ତାରିଖରେ ଗ୍ରାହକଙ୍କ ସୁବିଧା ଉପରେ ଗଠିତ ଉପସମିତିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ହେଲା- ସକାଳ ୯ଟାରୁ ଅପରାହ୍ମ ୩ଟା ପର୍ଯ୍ୟନ୍ତ , ଦ୍ୱିତୀୟଟି ହେଲା-ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟଟି ହେଲା ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ । ତେବେ ଆଇବିଏ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି କି, ୩୧ ଅଗଷ୍ଟ ସୁଦ୍ଧା ଜିଲ୍ଲା ସ୍ତରୀୟ ଗ୍ରାହକ ସମନ୍ୱୟ କମିଟିର ବୈଠକ କରି ସମୟ ସ୍ଥିର କରିନିଅନ୍ତୁ ଏବଂ ତାର ସୂଚନା ସ୍ଥାନୀୟ ନ୍ୟୁଜପେପରରେ ମଧ୍ୟ ଦିଅନ୍ତୁ ।

ତେବେ ଯେଉଁଠି ଗ୍ରାହକମାନେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଚାହାନ୍ତି । ସେଠାରେ ପୂର୍ବ ଭଳି ଅର୍ଥାତ୍ ୧୦ଟା କିମ୍ବା ୧୧ଟାରୁ ମଧ୍ୟ ବ୍ୟାଙ୍କ ଖୋଲିବାର ବିକଳ୍ପ ରହିବ । ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ଗୁଡିକ ଏବଂ ରିଜିଓନାଲ ରୁରାଲ୍ ବ୍ୟାଙ୍କ ଉପରେ ଲାଗୁ କରାଯିବ  । ଏହି ମାମଲା ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବ୍ୟାଙ୍କ ଖୋଲାଯିବାର ଏହି ନୂଆ ସମୟ ଆସନ୍ତା ମାସ ତଥା ସେପ୍ଟେମ୍ବରରୁ ଲାଗୁ କରାଯାଇପାରେ ।