ସାଢ଼େ ୩ ବର୍ଷରେ ଜନତାଙ୍କ ଠାରୁ ସରକାରୀ ବ୍ୟାଙ୍କ ଆଦାୟ କରିଛନ୍ତି ୧୦ ହଜାର କୋଟି : ସଂସଦରେ ସୂଚନା ଦେଲେ ସରକାର

112

ସଞ୍ଚୟ ଖାତାରେ ସର୍ବନିମ୍ନ ଅର୍ଥରାଶି ନ ରଖିଥିବା ଗ୍ରାହକମାନଙ୍କ ଠାରୁ ଜରିମାନା ଓ ଫ୍ରି’ ଟ୍ରାନ୍‌ଜାକ୍‌ସନ୍‌ ବାଦ ଏଟିଏମ୍‌ରେ କରାଯାଥି ବା ଟ୍ରାନ୍‌ଜାକ୍‌ସନ୍‌ ବାବଦରେ ରାଷ୍ଟ୍ରାୟତ ବ୍ୟାଙ୍କ୍‌ ସବୁ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ୧୦, ୦୦୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଥିବା କଥା ପାର୍ଲାମେଣ୍ଟ୍‌ରେ ଦାଖଲ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।

Source:asianetnews.com

ପାର୍ଲାମେଣ୍ଟ୍‌ ପ୍ରଶ୍ନର ଗୋଟିଏ ଲିଖିତ ଉତ୍ତର ଅନୁସାରେ, ୨୦୧୨ ଯାଏଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଲୋ ମନ୍ଥଲି ବାଲାନ୍‌ସ୍‌ ଆଦାୟ କରୁଥିଲା, କିନ୍ତୁ ମାର୍ଚ ୩୧, ୨୦୧୬ ପର୍ଯ୍ୟନ୍ତ ତାହା ବନ୍ଦ ରଖିଥିଲା । ମାତ୍ର ସେ ସମୟରେ ଘରୋଇ ବ୍ୟାଙ୍କ୍‌ ସମେତ ଅନ୍ୟ ବ୍ୟାଙ୍କ୍‌ ସବୁ ବୋର୍ଡ ଦ୍ୱାରା ଅନୁମୋଦିତ ଜରିମାନା ଆଦାୟ କରୁଥିଲେ । ଏପ୍ରିଲ୍‌ ୧, ୨୦୧୭ ଠାରୁ ଏସ୍‌ବିଆଇ ପୁଣି ଜରିମାନା ଆଦାୟ କରିବାକୁ ଲାଗିଲା । ପରେ ଅକ୍ଟୋବର ୧, ୨୦୧୭ ଠାରୁ ସର୍ବନିମ୍ନ ଜମା ରାଶି ହ୍ରାସ କରାଗଲା ।

ବେସିକ୍‌ ସେଭିଙ୍ଗ୍‌ସ୍‌ ବ୍ୟାଙ୍କ୍‌ ଡିପୋଜିଟ୍‌ ଆକାଉଣ୍ଟ୍‌ ଏବଂ ଜନ-ଧନ ଆକାଉଣ୍ଟ୍‌ ନିମନ୍ତେ ସର୍ବ ନିମ୍ନ ଜମା ରାଶି ଅନାବଶ୍ୟକ । ଏହା ବ୍ୟତିରେକେ, ଗତ ସାଢ଼େ ତିନି ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ୍‌ଗୁଡ଼ିକ ୧୦, ୦୦୦ କୋଟି ଟଙ୍କା ଏବଂ ଘରୋଇ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟ ବିପୁଳ ପରିମାଣର ଅର୍ଥ ଜରିମାନା ବାବଦରେ ସଂଗ୍ରହ କରିଛନ୍ତି ।

 

ମଙ୍ଗଳବାର ଦିନ ଲୋକସଭା ସାଂସଦ ଦିବ୍ୟେନ୍ଦୁ ଅଧିକାରୀ ଉତ୍ଥାପନ କରିଥିବା ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରାଳୟ ସବିଶେଷ ତଥ୍ୟ ଦାଖଲ କରିଥିଲା । ବ୍ୟାଙ୍କ୍‌ ସମୂହ ଯୋଗାଉ ଥିବା ସେବା ନିମନ୍ତେ ଆଦାୟ କରୁଥିବା ଅର୍ଥରାଶି ସେମାନଙ୍କ ବୋର୍ଡ ଦ୍ୱାରା ଅନୁମୋଦିତ ଏବଂ ସେମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅନୁମତି ଦେଇଛି ।