ପାକିସ୍ତାନ କ୍ରିକେଟ ଜଗତକୁ ଶକ୍ତ ଝଟକା । ପୁଲୱାମା ଆତଙ୍କୀ ହମଲା ଯୋଗୁଁ ଭାରତରେ ବନ୍ଦ ହେଲା PSLର ପ୍ରସାରଣ ।

981

କନକ ବ୍ୟୁରୋ: ସାରାଦେଶରେ ପୁଲୱାମା ଆତଙ୍କୀ ହମଲା ପ୍ରତିଶୋଧର ନିଆଁ ଜଳୁଛି । ଆଉ ଚାରିଆଡ଼େ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ର ଆଧିକାରିକ ପ୍ରସାରଣ ସ୍ପୋଟର୍ସ ଚେନାଲ (ଡ଼ି ସ୍ପୋର୍ଟ୍ସ) ଟୁର୍ଣ୍ଣାମେଣ୍ଟକୁ ଭାରତରେ ବ୍ଲାକଆଉଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଡ଼ି ସ୍ପୋର୍ଟ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ପୁଲୱାମା ଠାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ପରେ ଏହି ନିଷ୍ପତି ନିଆଯାଇଛି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଭାରତର କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା (ଆଇପିଏଲ୍) ଭଳି ପାକିସ୍ତାନରେ ଖେଳାଯାଏ ପିଏସଏଲ । ଯାହା ଡ଼ି ସ୍ପୋର୍ଟ୍ସରେ ଚ୍ୟାନେଲରେ ଆଧାରିକ ପ୍ରସାରଣ କରାଯାଏ । ପୁଲଓ୍ଵାମାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ଯବାନ ଉପରେ ଆକ୍ରମଣ ପରେ ପ୍ରସାରଣକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପାକିସ୍ତାନକୁ କ୍ରୀଡ଼ା ଜଗତକୁ ଶକ୍ତ ଝଟକା ଲାଗିଛି। କାରଣ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି ସଂସ୍କରଣ କେବଳ ୱେବ୍ ମାଧ୍ୟମରେ ଥିଲା ଏବଂ ଗତ ବର୍ଷ ‘ଡିସ୍ପୋଟର୍ସ’ ଏହାର ଆଧିକାରିକ ପ୍ରସାରଣ ଦାୟିତ୍ୱ ନେଇଥିଲା । କିନ୍ତୁ ଭାରତରେ ଅଧିକ ପରିମାଣରେ କ୍ରିକେଟର ଚାହିଦା ଥିବା ଯୋଗୁଁ ଏହାର ପ୍ରସାରଣ କରାଯାଉଥିଲା ଯାହା ଏବେ ବ୍ୟାନ କରାଯାଇଛି ।

ଚେନାଲର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆମେ ପ୍ରସାରଣକୁ ବାତିଲ କରିଦେଇଛୁ। ଆମେ ରାଷ୍ଟ୍ରୀୟ ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳ ଏବଂ ଏହାକୁ କେମିତ କରାଯିବ, ସେ ନେଇ ଆମେ ଚିନ୍ତା କରୁଛୁ। ମାତ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବାବଦରେ କୌଣସି ଜବାବ ଦେଇ ନାହିଁ ।