ମୈଦାନକୁ ଓହ୍ଲାଇ ପାରନ୍ତି ଜାନକୀଙ୍କ ପୁଅ ! ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

290

କନକ ବ୍ୟୁରୋ : ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ । ସେ କହିଛନ୍ତି, ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି । ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି । ସାରା ରାଜ୍ୟରେ କଂଗ୍ରେସ ସଙ୍ଗଠନ ସୁଦୃଢ ହେବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଏକାଠି ହେଲେ ଲାଭବାନ ହେବାସହ ବିଜୟ ହାସଲ କରିବାରେ ଅସୁବିଧା ରହିବ ନାହିଁ । ଏହାବ୍ୟତୀତ ନିର୍ବାଚନ ଜିତିବା ନେଇ ସେ ସମ୍ପୂର୍ଣ୍ଣ ଆଶାବାଦୀ । ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲୁରହିଛି । ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ କିଛି କହିପାରିବି ନାହିଁ ବୋଲି ପ୍ରକାଶ କରିଛନ୍ତି । ଲୋକେ ବହୁତ ଭଲ ପାଉଛନ୍ତି । ସମସ୍ତ କଂଗ୍ରେସ ନେତାକୁ ଏକାଠି ଆଣିବା ପାଇଁ ଚେଷ୍ଟା ଜାରି ରହିଛି । କିଏ ଟିକେଟ ପାଇବ ? କିଏ ନେବ ନେତୃତ୍ୱ ? ତାହା ସମ୍ପୂର୍ଣ୍ଣ ଭାବେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି । ଚଳିତ ଥର ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ଭଲ କରିବ । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଚଳିତ ଥର କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ।

ସୂଚନାଯୋଭ୍ୟ ଫେବୃଆରୀ ଆରମ୍ଭରୁ ନିଜର ସମର୍ଥକ ମାନଙ୍କ ସହିତ ପୃଥ୍ୱୀଙ୍କୁ ନିର୍ବାଚନ ମୈଦାନରେ ପୃଥ୍ୱୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ଜାନକୀବାବୁଙ୍କ ପୁଅ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ହେଲେ କଂଗ୍ରେସ ଲାଭବାନ ହେବ । ସାରା ଓଡ଼ିଶାରେ ଜାନକୀଙ୍କ ଅନୁଗତ ବ୍ୟକ୍ତି ଅଛନ୍ତି । ପୃଥ୍ୱୀବଲ୍ଲଭ କଂଗ୍ରେସରୁ ପ୍ରାର୍ଥୀ ହେଲେ ଜାନକୀଙ୍କ ସମର୍ଥକମାନେ ଏକଜୁଟ ହୋଇ କଂଗ୍ରେସ ପାଇଁ କାର୍ଯ୍ୟ କରିବେ ବୋଲି ଆଶାକରାଯାଉଛି ।