ବାପା ହେବ ତ ଏମିତି

90

ଆଜି ବିଶ୍ୱ ପିତୃତ୍ୱ ଦିବସ । ଆଜିର ଦିନରେ ଜାଣିବା ଏମିତି ଜଣେ ବାପାଙ୍କୁ , ଯିଏ ସାରା ଦେଶ ପାଇଁ ପାଲଟିଛନ୍ତି ଉଦାହରଣ । କାରଣ ବାପା ନ ହୋଇ ବି ଫାଦର୍ସ ଡେ’ରେ ତାଙ୍କ ପାଖକୁ ଆସିଛି ୪୭୨ ଜଣ ଝିଅଙ୍କ ଶୁଭେଚ୍ଛା ।

great father mahesh savani

କୁହାଯାଏ ଝିଅମାନେ ଜନ୍ମ ହୋଇଥାନ୍ତି , ନିଜ କୂଳ ଓ ନିଜ ପାରିବାରିକ ସଂପର୍କର ପରିଧିରୁ ଦୂରେଇ ଯିବାକୁ । ସେଥିପାଇଁ ଅନେକ କୁହନ୍ତି ,ଦେଲି ନାରୀ ହେଲି ପାରି । କିନ୍ତୁ ଝିଅଟିଏ ହିଁ ଯେ ଜୀବନ ସଂପର୍କର ଏକମାତ୍ର ନିଶ୍ଚିତ ଶିକୁଳି । ହୁଏତ ଏକଥାକୁ ଅନୁଭବ କରି ପାରିଛନ୍ତି ଗୁଜୁରାଟର ହୀରା ବ୍ୟବସାୟୀ ମହେଶ ଭାଇ ସବାନୀ । ଆଉ ସେଇଥି ପାଇଁ ସେ ବିବାହ କରାଇ ଚାଲିଛନ୍ତି ବାପ ଛେଉଣ୍ଡ ଝିଅମାନଙ୍କୁ । ତେଣୁ ତ ଦାନ କରି କରି ସେ ପାଲଟିଛନ୍ତି ଜଣେ ଧନୀ ବାପା । ୟା ଭିତରେ ମହେଶ ଅତି ଧୁମଧାମରେ ବିବାହ କରାଇଛନ୍ତି ୪୭୨ ଜଣ ଝିଅଙ୍କର ।

great father mahesh savani

କିଛି ବର୍ଷ ତଳେ ଅକାଳରେ ପ୍ରାଣ ହରାନ୍ତି ମହେଶଙ୍କ ବଡ ଭାଇ । ଦୁଇ ଝିଆରୀଙ୍କ ବିବାହ ଦାୟିତ୍ୱ ଲଦି ହୋଇଯାଏ ତାଙ୍କ ମୁଣ୍ଡରେ । ଝିଆରୀଙ୍କୁ ବାହା ଦେବା ପରେ ଅନ୍ୟ ବାପ ଛେଉଣ୍ଡ ଝିଅଙ୍କୁ ବାହା କରାଇବାର ନିଶା ଘାରେ ତାଙ୍କୁ । ଧିରେ ଧିରେ ସେ ଅନୁଭବ କରନ୍ତି ,କନ୍ୟାଦାନ କରି ସେ ନିଃସ୍ୱ ପାଲଟି ଯାଉନାହାଁନ୍ତି ,ବରଂ ସେ ଝିଅଙ୍କ ଠାରୁ ଫେରସ୍ତ ପାଉଥିବା ଭଲପାଇବା ତାଙ୍କୁ ଆହୁରି ଧନୀ କରୁଛି । ବାସ୍ ଏ ଅଦୃଶ୍ୟ ଅନୁଭୂତିକୁ ପୁଂଜି କରି ସେ ଅଂଟା ଭିଡନ୍ତି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାମୁହିକ ବିବାହ ଉତ୍ସବର ଆୟୋଜନ ପାଇଁ । ଲକ୍ଷ୍ୟ ରହିଛି ଚଳିତ ବର୍ଷ ଆହୁରି ୨ ଶହ ଝିଅଙ୍କୁ ବିବାହ କରାଇବାକୁ ।