ସୁନ୍ଦରଗଡ଼କୁ ଡେଇଁଲା ‘ନାଗରିକତା’ ନିଆଁ ! ସିଏଏ ଓ ଏନଆରସିକୁ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ, ପୋଲିସର ତଦନ୍ତ ଜାରି…

176

କନକ ବ୍ୟରୋ: ସିଏଏ ଏବଂ ଏନଆରସିକୁ ଅଶାନ୍ତ ସୁନ୍ଦରଗଡ । ଜର୍ଜ ତୀର୍କୀଙ୍କ ନେତୃତ୍ୱରେ ରାଲି ବେଳେ ଗତକାଲି ବିରୋଧ ଦେଖିବାକୁ ମିଳିଥିଲା । ଏହାକୁ ନେଇ ରିଜେଂଟ ମାର୍କେଟ ଅଂଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ତାତି ଥମିନଥିଲା ବେଳେ ଆଜି ମସଜିଦ୍ ପଡାରେ ମୁଢି କିଣାକୁ ନେଇ ପୁଣି ହୋଇଛି ତୁମୁଳକାଣ୍ଡ । ଏହାକୁ ନେଇ ଆଉ ଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ ।

ପାଖାପାଖି ୨ ଘଂଟାରୁ ଅଧିକ ସମୟ ଧରି ଉତେଜନା ଲାଗି ରହିଥିଲା ରିଂଜେଟ ମାର୍କେଟ ଅଂଚଳରେ । ଏପରିକି ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠି ଚାଳନା କରିଥିଲା । ଏଥିରେ ୨ ଜଣ ପୋଲିସ ଓ ୨ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଏବେ ଉତେଜନାପୂର୍ଣ୍ଣ ଅଂଚଳରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ବର୍ତମାନ ସୁଦ୍ଧା ଘଟଣାରେ କାହାକୁ ଗିରଫ କରାଯାଇନି । ସୁନ୍ଦରଗଡ ଏସପି କହିଛନ୍ତି ଆଜିର ରିଜେଂଟ ମାର୍କେଟ ଅସନ୍ତୋଷ ସହିତ ସିଏଏ ଓ ଏନଆରସି ରାଲିରୁ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ସହିତ କିଛି ସଂପର୍କ ନାହିଁ । ପୋଲିସ ପୁରା ଘଟଣାର ତଦନ୍ତ କରୁଛି ।