ଗାଇ ନା ମଇଁଷି କାହା କ୍ଷୀରରେ ରହିଥାଏ ଅଧିକ ପ୍ରୋଟିନ୍ ? କେଉଁ କ୍ଷୀର ମଣିଷକୁ ପିଇବା ନିହାତି ଆବଶ୍ୟକ ତାହା ଜାଣିରଖନ୍ତୁ । 

934

କ୍ଷୀରକୁ ଏକ ସମ୍ପୁର୍ଣ୍ଣ ଆହାର ମନାଯାଏ ଯାହାକୁ ପିଇବା ଆମ ଶରୀର ପାଇଁ ଖୁବ୍ ଲାଭକାରୀ । ଏଥିପାଇଁ ଏହା ବିଷୟରେ ଜାଣିବା ବି ଆମପାଇଁ ଖୁବ୍ ଜରୁରୀ । କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ତେବେ ଗାଇ ଏବାଂ ମଇଁଷି କ୍ଷୀରରେ ଆମେ କେଉଁ କ୍ଷୀରକୁ ଗୁରୁତ୍ୱ ଦେବୁ ତାହା ଜାଣିପାରିନଥାଉ ତେଣୁ ଆଜି ଆସନ୍ତୁ ଏହି କ୍ଷୀର ଉପରେ ଜାଣିବା ।

ମଇଁଷି କ୍ଷୀର : ଯଦି ଆପଣ ଦୁର୍ବଳ ଅଛନ୍ତି ଏବଂ ଶରୀରର ବିକାଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମଇଁଷି କ୍ଷୀର ସେବନ କରିବା ନିହାତି ଆବଶ୍ୟକ । ଏଥିରେ ଅଧିକ ଫ୍ୟାଟ୍ ଥିବାରୁ କ୍ୟାଲସିୟମ୍ ର ମାତ୍ରା ମଧ୍ୟ ଖୁବ୍ ଅଧିକ ଦେଖାଯାଏ । ଏହାସହ ଏଥିରେ ଭିଟାମିନ୍ ଏ ର ମାତ୍ରା ମଧ୍ୟ ଅଧିକ ଥାଏ ।  ମଇଁଷି କ୍ଷୀରରେ ପ୍ରୋଟିନ୍ ସହ ଆଇରନ୍ ,କ୍ୟାଲସିୟମ୍ ,ଫସଫରସ୍ ଅଧିକ ଥାଏ । ଏଥିରେ ଆପଣ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିପାରିବେ । କର୍ଣ୍ଣଫ୍ଲେକ୍ସ,ପେଡିଗ୍ରି,ସୁପ୍ ,ଖିରି ଆଦି ଆପଣ ମଇଁଷି କ୍ଷୀର ସାହାର୍ଯ୍ୟରେ ପ୍ରସ୍ତୁତ କରିପାରିବେ ।

 

ଗାଇ କ୍ଷୀର : ଯଦି କୌଣସି ମହିଳା ସନ୍ତାନ ଜନ୍ମ ପରେ ମଧ୍ୟ ଛୁଆକୁ ସ୍ତନପାନ କରାଇବାରେ ସକ୍ଷମ ହୋଇପାରୁନାହାନ୍ତି ତେବେ ଏଭଳି ମହିଳାଙ୍କ କ୍ଷେତ୍ରରେ ଗାଇକ୍ଷୀର ମହୌଷଧି ଭଳି କାମ କରିଥାଏ । ଗାଇ କ୍ଷୀରକୁ ପିଲା ଭଲଭାବରେ ହଜମ ବି କରିଦିଏ । ଏହାଦ୍ୱାରା ଛୁଆକୁ କୌଣସି ପ୍ରକାର ଅସୁବିଧା ମଧ୍ୟ ହୋଇନଥାଏ । କିନ୍ତୁ ଏହି କଥାର ମନେ ରଖନ୍ତୁ ବର୍ଷକର ପିଲାଙ୍କୁ ହିଁ ଗାଇକ୍ଷୀର ପିଇବାକୁ ଦିଅନ୍ତୁ । ଏହି କ୍ଷୀରରେ ଅଧିକ ମାତ୍ରାରେ ଆଇରନ୍ ର ମାତ୍ରା ଥିବାରୁ ଏହା ଛୁଆର ହାଡ ମଜବୁତ୍ କରିବାରେ ସହାୟକ ହୁଏ ।