ଦୁଇ ଦିନରେ ଦୁଇଟି କଡ଼ା ପଦକ୍ଷେପ ପରେ ଦାମଙ୍କୁ ଭେଟିବାକୁ ଆସିଲେ ବରିଷ୍ଠ ମନ୍ତ୍ରୀ : ପ୍ରତିଷ୍ଠା ଦିବସ ଓ ପାରାଦୀପ ମ୍ୟୁନିସିପାଲଟି ଉପନିର୍ବାଚନ ନେଇ କଲେ ଆଲୋଚନା

23

କନକ ବ୍ୟୁରୋ :  ଜାତିଆଣ ମନ୍ତବ୍ୟ ନେଇ ଶୁକ୍ରବାର ମନ୍ତ୍ରୀ ପଦ ଓ ଶନିବାର ଦଳୀୟ ପଦବୀରୁ ବହିଷ୍କୃତ ହେବା ପରେ ଏଭଳି ଚର୍ଚା ଜୋର୍ ଧରିଛି । ଆଉ ଏହି ଚର୍ଚ୍ଚା ଭିତରେ ଦାମଙ୍କୁ ଭେଟିଛନ୍ତି ଏମଏସଏମଇ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ବିବାଦୀୟ ଓ ଶାଣିତ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଏହି ବରିଷ୍ଠ ନେତାଙ୍କୁ ଦଳୀୟ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ବିଜେଡି ଉଦ୍ୟମ ଆରମ୍ଭ କରିଥିବା ଚର୍ଚା ହେଉଛି ।

ମନ୍ତ୍ରୀ ଓ ଦଳୀୟ ପଦବୀରୁ ଯିବା ପରେ ବି ପ୍ରତିବାଦ ଥମିନାହିଁ । ସେଥିପାଇଁ ଆଜି ସକାଳୁ ଦାମଙ୍କ ଘରକୁ ଘେରି ରହିଥିଲା ପୋଲିସ । ଆଉ ପ୍ରତିବାଦର ଠିକ୍ ପୂର୍ବରୁ ଦାମଙ୍କୁ ଭେଟିଥିଲେ ପ୍ରଫୁଲ୍ଲ । ତେବେ ଦାମଙ୍କୁ ଭେଟିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ଅଛି କି ନାହିଁ ସେ ନେଇ ସାମ୍ବାଦିକ ମାନେ ପ୍ରଫୁଲ୍ଲଙ୍କୁ ପ୍ରଶ୍ନ କରିବାରୁ ସେ ଏହାକୁ ଏଡାଇ ଯାଇଥିଲେ । କହିଥିଲେ, ଦାମ ଦଳର ଜଣେ ଶୃଙ୍ଖଳିତ କର୍ମୀ ।

ଦିନକ ପରେ ପୁରୀରେ ବିଜେଡି, ପ୍ରତିଷ୍ଠା ଦିବସ ଅବସରରେ ମିସନ ୨୦୧୯ ପାଇଁ ପ୍ରସ୍ତୁତିର ବିଗୁଲ୍ ଫୁଙ୍କିବାକୁ ଯାଉଛି । ସେପଟେ ଜାନୁଆରୀରେ ପାରାଦୀପରେ ମ୍ୟୁନିସିପାଲିଟିର ଉପନିର୍ବାଚନ ବି ହେବାକୁ ଯାଉଛି । ତେଣୁ ଦାମଙ୍କ ତୁଣ୍ଡରେ ଲଗାମ ଦେବା ଦଳ ପାଇଁ ଜରୁରୀ ହୋଇପଡିଛି ।