ବ୍ଲକ୍ ଅଫିସରେ ବସିଲା ଜନତା ଦରବାର : ନବ ନିର୍ମାଣ କୃଷକ ସଂଗଠନର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଘେରାଉ

30

କନକ ବ୍ୟୁରୋ : ଚାଷୀ ପଚାରିଲେ ପ୍ରଶ୍ନ ଆଉ ତାର ଉତ୍ତର ରଖିଲେ ସରକାରୀ ଅଧିକାରୀ । ବ୍ଲକ୍ ଅଫିସରେ ବସିଲା ଜନତା ଦରବାର । ଚାଷୀଙ୍କ ସ୍ୱାର୍ଥକୁ ନେଇ ଏକାଧିକ ପ୍ରଶ୍ନର ଉତ୍ତର ରଖିଲେ ତହସିଲଦାର, ବିଡିଓ ଓ କୃଷି ଅଧିକାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଘେରାଉ କରିଥିଲା ନବ ନିର୍ମାଣ କୃଷକ ସଂଗଠନ ।

୧ହଜାରରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଚାଷୀଙ୍କୁ ଏଯାଏଁ ଫାଇଲିନ୍ ବାତ୍ୟା କ୍ଷୟକ୍ଷତି ଅର୍ଥ ମିଳିନଥିବା ନେଇ ଅଭିଯୋଗ ହୋଇଥଲା । ତେବେ ଏହା କେବେ ଏବଂ କେତେ ଦିନ ଭିତରେ ମିଳିବ ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ ଚାଷୀ । ସେହିପରି ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାରର ଭତ୍ତା ଏବଂ ମଣ୍ଡିରୁ ଧାନ ଉଠାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଡିଓଙ୍କୁ ପ୍ରଶ୍ନ ହୋଇଥିଲା । ଯାହାର ଉତ୍ତର ରଖିଥିଲେ ତହସିଲଦାର । ସେହିପରି ଚାଷୀଙ୍କୁ ଠିକ୍ ସମୟରେ ବିହନ ଏବଂ ସାର ମିଳୁନଥିବା ନେଇ କୃଷି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଚାଷୀ ।

ନବନିର୍ମାଣ କୃଷକ ସଂଗଠନର ଟାଙ୍ଗୀ ବ୍ଲକ୍ ଘେରାଉରେ ରାଜ୍ୟ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ଆବାହକ ଅକ୍ଷୟ କୁମାର ଏବଂ ରବି ଦାସ ପ୍ରମୁଖ ସାମିଲ ହୋଇଥିଲେ । ଚାଷୀଙ୍କୁ ମାସିକ ପାଂଚ ହଜାର ଟଙ୍କା ପେନସନ, ସ୍ୱାମୀନାଥନ କମିଟି ସୁପାରିସ କାର୍ଯ୍ୟକାରୀ, ଧାନ କ୍ୱିଂଟାଲକୁ ପାଂଚ ହଜାର ଟଙ୍କା ବୃଦ୍ଧି ଓ କୃଷକଙ୍କ ଋଣ ଛାଡ଼ ଦାବି ଉଠିଛି ।