ଭୁବନେଶ୍ୱର : ବିଧାୟକ ସଂଜୟ ଦାସବର୍ମାଙ୍କ ଗିରଫ ଦାବି କରି ଲୁଲୁସେନାର ବିକ୍ଷୋଭ

19

କନକ ବ୍ୟୁରୋ : ବିଧାୟକ ସଂଜୟ ଦାସବର୍ମାଙ୍କ ଗିରଫ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଲୁଲୁସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । କିଛି ଦିନ ତଳେ ବିଜେଡି ନେତ୍ରୀ ତଥା ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କ ଫଟୋ ଅଶ୍ଲୀଳ ୱେବସାଇଟରେ ଅପଲୋଡ୍ ହୋଇଥିଲା । ଆଉ ଏହି ମାମଲାରେ ବିଜେଡି ବିଧାୟକ ସଂଜୟ ଦାସବର୍ମାଙ୍କ ସଂପର୍କୀୟଙ୍କ ସଂପୃକ୍ତି ଥିବାନେଇ ଅଭିଯୋଗ ହୋଇଥିଲା । ତେବେ ସଂଜୟ ପୋଲିସ ଉପରେ ଚାପ ପକାଉଥିବା ଲୁଲୁ ସେନା ଅଭିଯୋଗ କରିଛି । ଏହା ସହ ସଂଜୟ ଦାସବର୍ମାଙ୍କ ଗିରଫଦାରୀ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଲୁଲୁସେନା ।