ଅସହିଷ୍ଣୁ ପାଲଟିଲା ବିଜେଡି : ଭାଙ୍ଗିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡି

21

ବରଗଡ : ବିଜେପି ଓ ବିଜେଡି ଭିତରେ ରାଜନୈତିକ ତିକ୍ତତା ସୀମା ଟପିଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଗୋଡାଇ ଗୋଡାଇ ଭାଂଗିଛନ୍ତି ଶହ ଶହ ବିଜୁ ଜନତା ଦଳ କର୍ମୀ । ବରଗଡରେ ବିଜେପି ବିକାଶ ଉତ୍ସବ ଆୟୋଜନ କରିଥିଲା । କାର୍ଯ୍ୟକ୍ରମ ଥିଲା ଦୁଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସାଧ୍ୱୀ ନିରଂଜନ ଜ୍ୟୋତି ମୋଦି ସରକାରଙ୍କ ଦୁଇ ବର୍ଷର ହିସାବ ଦେବେ । କିନ୍ତୁ ବିଜେପି ବିକାଶ ଉତ୍ସବକୁ ବିରୋଧ କରିବା ପାଇଁ ହାତରେ କଳାପତାକା ଓ ବ୍ୟାନର ଧରି ପ୍ରସ୍ତୁତ ଥିଲେ ବିଜେଡି କର୍ମୀ । ଯେତେବେଳେ ମନ୍ତ୍ରୀଙ୍କ ଗାଡି କାର୍ଯ୍ୟକ୍ରମ ସ୍ଥଳରେ ପହଁଚିଲା ସେତେବେଳେ ପରିସ୍ଥିତି ଏକପ୍ରକାର ଅଣାୟତ ହୋଇଗଲା । ଏପରିକି ପୁଲିସ ବି ଅସହାୟ ପାଲଟିଗଲା ।

ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ