କନିଷ୍ଠ ଯନ୍ତ୍ରୀଙ୍କ ନିଯୁକ୍ତିରେ ସରକାରଙ୍କ ସାଂଘାତିକ ଖେଳ ! ପ୍ରତିବାଦରେ ରାଜଧାନୀରେ ଧାରଣା

23

କନକ ବ୍ୟୁରୋ : କନିଷ୍ଠ ଯନ୍ତ୍ରୀଙ୍କ ନିଯୁକ୍ତିରେ ସରକାରଙ୍କ ସାଂଘାତିକ ଖେଳ । ଆହାର ମୁହଁରେ ପାହାର ଦେଲେ ସରକାର । ଯାହାର ପରିଣାମ ଭୋଗୁଛନ୍ତି ୫୫୧ ଜଣ କନିଷ୍ଠ ଯନ୍ତ୍ରୀ । ନିଜ ଜୀବନ ଜୀବିକା ପାଇଁ ରାଜଧାନୀରେ ଧାରଣ ଓ ପ୍ରତିବାଦ କରୁଛନ୍ତି । ଓଏସଏସସି ବିଜ୍ଞପ୍ତି କ୍ରମାଙ୍କ ୨୨୨୫ ଅନୁଯାୟୀ ୫୫୧ କନିଷ୍ଠ ଯନ୍ତ୍ରୀ ପଦବୀ ପାଇଁ ୪-୭-୨୦୧୪ରେ ବିଜ୍ଞପ୍ତି ଜାରି କରାଗଲା । ନିଯୁକ୍ତି ଆୟୋଗର ନିୟମ ଅନୁସାରେ ପରୀକ୍ଷା କରାଯାଇ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମେ ୧୫ ୨୦୧୫ରେ ନିଯୁକ୍ତି ଦିଆଗଲା ।

୫୫୧ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରୁ ପୂର୍ତ ବିଭାଗର ୨୯୪ ଜଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୨୨୩ ଓ ଜନସ୍ୱାସ୍ଥ୍ୟ ପାଇଁ ୩୩ ଜଣଙ୍କ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ନିଯୁକ୍ତିର ୨ ମାସ ପରେ ସରକାର ନିଜ ଆଡ ଦେଇଥିବା ନିଯୁକ୍ତି ପତ୍ରଙ୍କୁ ପତ୍ୟାହାର କରିନେଲେ । ଯାହାର ପରିଣାମ ଏବେ ଛଟେଇ ହୋଇଥିବା ଏହି କନିଷ୍ଠ ଯନ୍ତ୍ରୀମାନେ ଭୋଗୁଛନ୍ତି । ଯଦି ସରକାର ଏମାନନଙ୍କର ଦାବି ଗ୍ରହଣ ନକରନ୍ତି ତାହା ହେଲେ ଆଗମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି କହିଛନ୍ତି ଛଟେଇ ହୋଇଥିବା ଏହି କନିଷ୍ଠ ଯନ୍ତ୍ରୀ ।