ଚୀନ ସମାଗ୍ରୀକୁ ନା ! ରାଜଧାନୀ ପରେ କଟକରେ ଶିଳ୍ପପତିଙ୍କ ସଚେତନତା ରାଲି

31

କନକ ବ୍ୟୁରୋ : ଚୀନ ସମାଗ୍ରୀକୁ ନା । ପ୍ରଥମେ ରାଜଧାନୀରେ ଏବେ କଟକରେ, ଏପରି ପ୍ରତିବାଦ ଦେଖିବାକୁ ମିଳିଛି । ସୀମାନ୍ତରେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ ଭାରତକୁ ନାଲି ଆଖି ଦେଖାଉଛି । ଏହାକୁ ବିରୋଧ କରି କୌଣସି ଚୀନ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଏଥିପାଇଁ ଜଗତପୁର ଶିଳ୍ପାଂଚଳ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ଲୋକଙ୍କୁ ଚାଇନା ସାମଗ୍ରୀ ନକିଣିବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ଏଠାରେ ଥିବା ୫ଶହରୁ ଅଧିକ ଶିଳ୍ପାନୁଷ୍ଠାନରେ ଏଣିକି ଆଉ ଚୀନ କଂଚାମାଳ ବା ଯନ୍ତ୍ରାଂଶ ବ୍ୟବହାର ହେବ ନାହିଁ ବୋଲି ନିଷ୍ପତି ନିଆଯାଇଛି ।