ଯାଜପୁରରେ ପାଣି ପାଇଁ ହାହାକାର ! ପୌରପରିଷଦ ଅଫିସ ଆଗରେ ବିକ୍ଷୋଭ

67

କନକ ବ୍ୟୁରୋ : ଯାଜପୁର ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟ ସାମ୍ନାରେ ପାଣି ପାଇଁ ରାଲି । ମ୍ୟୁନିସିପାଲଟି ଅଫିସ ଆଗରେ ଜୋରଦାର ବିକ୍ଷୋଭ । ପିଇବା ପାଣି ଦାବିରେ ମ୍ୟୁନିସିପାଲଟି ଅଫିସ ଘେରାଉ କରିଛନ୍ତି ଶତାଧିକ ମହିଳା ପୁରୁଷ । ପ୍ରବଳ ଗ୍ରୀଷ୍ମରେ ଆଉଟପାଉଟୁ ହେଉଥିବା ୨୫ ନମ୍ବର ୱାର୍ଡର ଲୋକ, ପାଣି ପାଇଁ ହାହାକାର ହୋଇ ଏଭଳି ପ୍ରତିବାଦ କରୁଛନ୍ତି ।

ପିଲାଠୁ ବୟସ୍କ ଯାଏଁ ସମସ୍ତ ଧାରଣାରେ ବସିଛନ୍ତି । ପ୍ରତିଦିନ ସକାଳୁ ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଥିବା ମା’ମାନେ କଅଁଳ ଶିଶୁଙ୍କୁ ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଲୋକେ ଭଲ ପିଇବା ପାଣି ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରି ନିରାସ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ୱାର୍ଡରେ କେବଳ ପିଇବା ପାଣି ସମସ୍ୟା ରହିଛି ତାହା ନୁହେଁ ଏଠାକାର ଲୋକ ସମସ୍ତ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ଅନେକ ସମୟରେ ପ୍ରଶାସନିକ ବାବୁମାନେ ଏମାନଙ୍କ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇ ମଧ୍ୟ ପାଳନ କରୁନଥିବା ଅଭିଯୋଗ ହୋଇଛି । ତେବେ ଆଗକୁ ନମ୍ବର ୱାର୍ଡର ବାସିନ୍ଦାଙ୍କ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏଠାକ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପୁଣି ପ୍ରତିଶ୍ରୁତି ଦେଇଛନ୍ତି ବ୍ୟାସନଗର ପୌରାଧ୍ୟକ୍ଷା ।