ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି ! କଂଗ୍ରେସର ୧୨ ଘଂଟିଆ ଜାତୀୟ ରାଜପଥ ଅବରୋଧ

22

କନକ ବ୍ୟୁରୋ: କୋରାପୁଟରେ ୧୨ ଘଂଟିଆ ଜାତୀୟ ରାଜପଥ ଅବରୋଧ କରିଛି ଜିଲ୍ଲା କଂଗ୍ରେସ । ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣାରେ ବସିବା ସହ ରାସ୍ତାରୋକ କରାଯାଇଛି ।

ଫଳରେ ଗମନାଗମନରେ ସମସ୍ୟା ଦେଖାଦେଇଛି । ଛତିଶଗଡ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରକୁ ଯାତାୟତ ଠପ୍ ହୋଇଯାଇଛିା ବିରୋଧୀଦଳ ମୁଖ୍ୟ ସଚେତକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଓ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।