ବିଜେଡି ପ୍ରତିନିଧି ଦଳକୁ ପଡୋଶୀ ରାଜ୍ୟରେ ବିରୋଧ ଜାରି : କଳା ପତାକା ଦେଖାଇଲା ଛତିଶଗଡ ଜନତା କଂଗ୍ରେସ

16

କନକ ବ୍ୟୁରୋ : ପଡୋଶୀ ରାଜ୍ୟ ଗସ୍ତରେ ଥିବା ବିଜେଡି ପ୍ରତିନିଧି ଦଳକୁ ବିରୋଧ ଜାରି ରହିଛି। ଛତିଶଗଡ ଜନତା କଂଗ୍ରେସ ପକ୍ଷରୁ ବିଜେଡି ଟମକୁ ପୁଣି ବିରୋଧ ପ୍ରଦର୍ଶନ କରାଯାଇଛି। ଦଳର ସମର୍ଥକ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏପରିକି ବିଳାସପୁରରେ ଟିମ୍ ରହୁଥିବା ହୋଟେଲ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯାଇଥିବା ସୂଚନା ରହିଛି।

ମୁଲୁମୁଲା, ଅକଲତାରା, ଜାଂଚଗିର, ଚାପା ଓ ରତନପୁର ଭଳି ବିଭିନ୍ନ ସ୍ଥାନରେ ଅଜିତ ଯୋଗୀଙ୍କ ଛତିଶଗଡ ଜନତା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ଏହାପରେ ବିଜେଡି ପ୍ରତିନିଧି ଦଳ ରୁଟ୍ ପରିବର୍ତନ କରି ପ୍ରକଳ୍ପ ଅଂଚଳ ଗସ୍ତ କରିଥିବା ଜଣାପଡିଛି। ଛତିଶଗଡରେ ବିଜେଡି କମିଟି ଦ୍ୱିତୀୟ ଦିନରେ ବିବାଦୀୟ ପ୍ରକଳ୍ପର ଅନୁଧ୍ୟାନ କରିବ।

ଗତକାଲି କେଲୋ ପ୍ରକଳ୍ପର ଅନୁଧ୍ୟାନ କରିଛି ବିଜେଡି କମିଟି। କେମିତି ଓଡ଼ିଶାର ସ୍ୱାର୍ଥ ଏହାଦ୍ୱାରା ପ୍ରଭାବିତ ହେବ ଓ ଏହାର କଣ ପ୍ରଭାବ ପଡିବ ସେନେଇ ଅନୁଧ୍ୟାନ କରିଛି ଏହି ଦଳ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସବୁଠାରୁ ବିବାଦୀୟ ଏହି ପ୍ରକଳ୍ପର ଅନୁଧ୍ୟାନ ମାତ୍ର ୧୫ ମିନିଟରେ ସାରିଦେଇଥିଲା କମିଟି। ତେବେ ପ୍ରକଳ୍ପ ଦେଖିବା ପରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେଲୋ ପ୍ରକଳ୍ପରୁ ଶିଳ୍ପାନୁଷ୍ଠାନ ପାଇଁ ପାଣି ଦିଆଯାଉଛି।