ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ : ଅରୁଣ ସାହୁଙ୍କ ବାସଭବନ ଘେରିଲା ନିଖିଳ ଗ୍ରାମ୍ୟ ରୋଜଗାର ସେବକ ସଂଘ

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ । ପଂଚାୟତରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ଗ୍ରାମ୍ୟ ରୋଜଗାର ସେବକ ସଂଘ । ଘେରାଉ ବେଳେ ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଅନେକ କର୍ମି ଅଟକ ଥିବା ଜଣାପଡିଛି ।

ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଥିଲେ ନିଖିଳ ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀ । ଏପରିକି ମନ୍ତ୍ରୀଙ୍କ ବାସଭବନ ଆଗରେ ଶୋଇ ରହି ଧାରଣା ଦେଇଥିଲେ । କିନ୍ତୁ ମନ୍ତ୍ରୀ ବାହାରକୁ ବାହାରିନଥିଲେ । ପରେ ପୁଲିସ ଆସି ଜବରଦସ୍ତ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା। ଶେଷରେ ବାଧ୍ୟ କିଛି କର୍ମୀଙ୍କୁ ଗିରଫ କରିଥିଲା ପୁଲିସ । ଜିଆରଏସ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଫେବୁଆରୀ ମାସରେ ଜିଆରଏସ ମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ।