ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ ! 

33

କନକ ବ୍ୟୁରୋ : ନିଜ ନିର୍ବାଚନ ମଣ୍ଡଳୀରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ । ପ୍ରତାପ ଜେନାଙ୍କୁ ବିରୋଧ କରି ନିଶ୍ଚିନ୍ତକୋଇଲି ବଜାର ନିକଟରେ କଟକ–ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ । ଆଇନ ଭାଙ୍ଗୁଥିବା ଲୋକକୁ କିପରି ଆଇନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ତାକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ତେବେ ଘଟଣାସ୍ଥଳରେ ପୁଲିସ ପହଁଚି ବିଜେପି କର୍ମୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।