ଭୁବନେଶ୍ୱର : ମଦ ପ୍ରଚଳନକୁ ବନ୍ଦ କରିବାକୁ ନେଇ ସେବା ପ୍ରତିନିଧି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

16

କନକ ବ୍ୟୁରୋ : ରାଜ୍ୟରେ ମଦ ପ୍ରଚଳନକୁ ବନ୍ଦ କରିବାକୁ ନେଇ ସେବା ପ୍ରତିନିଧି ପକ୍ଷରୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସୁପ୍ରିମକୋର୍ଟ ଦେଶରେ ମଦ ଦୋକାନ ଖୋଲିବା ଉପରେ ବିଶେଷ ଆଇନ ଜାରି କରିଥିବାବେଳେ ରାଜ୍ୟ ସରକାର ତାହାକୁ ପାଳନ କରିବାକୁ ତତ୍ପର ହୋଇନାହାନ୍ତି । ତୁରନ୍ତ ମଦ ଦୋକାନ ବିରୁଦ୍ଧରେ ଠୋସ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେବା ଅନୁଷ୍ଠାନ ଦାବି କରିଛି ।