ମଦ ବିରୋଧରେ ତାତି ! ବାଲେଶ୍ୱରର ସିଂଲାଥାନାରେ ବ୍ୟବସାୟୀ ସ୍ଥାନୀୟ ଲୋକ ମୁହାଁମୁହିଁ

31

କନକ ବ୍ୟୁରୋ : ଚୋରାମଦ କାରବାରକୁ ନେଇ ବାଲେଶ୍ୱରର ସିଂଲାଥାନା ଇଡଦା ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମଦବ୍ୟବସାୟୀ-ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି । ଚୋରାମଦ କାରବାର ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ବ୍ୟବସାୟୀଙ୍କୁ କହିବାରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବ୍ୟବସାୟୀ ପ୍ରଶାନ୍ତ ଜେନା ଓ ତାଙ୍କ ସାନଭାଇ ସୁଶାନ୍ତ ଜେନା ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିଥିଲେ ।

ଏଥିରେ ଅନେକ ଆହତ ହୋଇଛନ୍ତି । ଗତମାସରେ ମଦ କାରବାରକୁ ବିରୋଧ କରି ପ୍ରଶାନ୍ତଙ୍କୁ ଲୋକେ ଜିମା ଦେଇଥିଲେ । କିନ୍ତୁ ପ୍ରଶାନ୍ତ ପୁଣିଥରେ ଆସି ବେପାର ଆରମ୍ଭ କରିଥିଲେ । ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି । ବ୍ୟବସାୟୀ ପ୍ରଶାନ୍ତ ଜେନାକୁ ଅଟକ ରଖାଯାଇଛି ।