କାଟଜୁଙ୍କ କଟାକ୍ଷକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା : ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣଙ୍କ ଭର୍ସନା

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କେଣ୍ଡେୟଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଓଡିଶାକୁ କାଟଜୁଙ୍କ ଅପମାନ ଜନକ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖି ବିଶ୍ୱଭୁଷଣ କହିଛନ୍ତି କାଟଜୁଙ୍କୁ ଇତିହାସ ଜଣାନାହିଁ ।

କଳିଙ୍ଗ ଯୁଦ୍ଧା ବାବଦରେ ତାଙ୍କର ଜ୍ଞାନ ନାହିଁ । ଅଶୋକ ସମ୍ରାଟଙ୍କ ପାଖରେ କଳିଙ୍ଗ ଆତ୍ମସମର୍ପଣ କରିନଥିଲା । ରାଜା ନଥାଇ ବି ରାଜ୍ୟ ପାଇଁ ଲଢେଇ କରିଥିଲେ କଳିଙ୍ଗ ବୀର । ଆଉ କଳିଙ୍ଗ ବୀରଙ୍କ ବୀରତ୍ୱ ଦେଖି ଅଶୋକ ସମ୍ରାଟଙ୍କର ପରିବର୍ତନ ହୋଇଥିଲା ।

କେବଳ ଓଡିଶାକୁ ତାଚ୍ଛଲ୍ୟ କରିନାହାନ୍ତି କାଟଜୁ । କଳିଙ୍ଗ ବାବଦରେ ନଜଣା ଏଭଳି ତାଚ୍ଛଲ୍ୟ କରି ସେ ନିଜକୁ ତାଚ୍ଛଲ୍ୟ କରିଛନ୍ତି । ଓଡିଶାକୁ ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଓଡିଶାବାସୀ କ୍ଷମା ଦେବେନି । ଓଡିଶାକୁ ଅପମାନ କରିଥିବାରୁ ଜଷ୍ଟିସ କାଟଜୁ ଯୋଡ ହସ୍ତରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।

ସେପଟେ ପୁରୀରେ ଜଗନ୍ନାଥ ସେନା ପକ୍ଷରୁ ଏନେଇ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀ କାଟଜୁଙ୍କ ପୋଷ୍ଟରରେ କଳା ବୋଳିବା ସହ ପୋଡିଛନ୍ତି  ।

ଏହା ସହ ଓଡିଶାକୁ ଜଷ୍ଟିସ କାଟଜୁଙ୍କ କଟାକ୍ଷ : କହିଲେ, କଳିଙ୍ଗ ଯୁଦ୍ଧରେ ହାରିବା ପରେ ହତାଶ ଅଛନ୍ତି ଗରିବ ଓଡିଆ