ଲୋକସେବା ଭବନ କର୍ମଚାରୀଙ୍କ ବିକ୍ଷୋଭ : ବିଭିନ୍ନ ବିଭାଗରେ ନିର୍ଦ୍ଦେଶାଳୟ ମିଶ୍ରଣକୁ ବିରୋଧ

423

କନକ ବ୍ୟୁରୋ : ପ୍ରଶାସନିକ ସଂସ୍କାରକୁ ଗୋଟିଏ ଗୋଷ୍ଠୀ କର୍ମଚାରୀଙ୍କ ପ୍ରତିବାଦ । ବିଭିନ୍ନ ବିଭାଗରେ ନିର୍ଦ୍ଦେଶାଳୟ ମିଶିବାକୁ ନେଇ ପ୍ରତିବାଦ କରିଛନ୍ତି ଲୋକସଭା ଭବନର କର୍ମଚାରୀ । ଆଜି ଏ ନେଇ ପଂଚାୟତ ବିଭାଗ ସମ୍ମୁଖରେ ପ୍ରତିବାଦ ହୋଇଛି । ମୁଖ୍ୟଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଦାୟିତ୍ୱ ନେବା ପରେ ପ୍ରାଶାସନିକ ସଂସ୍କାର ପାଇଁ ନିଷ୍ପତି ହୋଇଛି । ଶାସନ ଢାଂଚା ବଦଳିବାକୁ ସ୍ଥିର ହୋଇଛି । ତିନିଥାକିଆ ବ୍ୟବସ୍ଥା ବଦଳରେ ଦୁଇ ଥାକିଆ ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଥିଲା । ଗୋଟିଏ ଛାତ ତଳେ ସଚିବ ଓ ନିର୍ଦ୍ଦେଶକ କାମ କରିବାକୁ ନିଷ୍ପତି ହୋଇଥିଲା । ଏହାକୁ ଗୋଟିଏ ଗୋଷ୍ଠୀ ପ୍ରତିବାଦ କରିଥିବାବେଳେ ଆଉ ଏକ ଗୋଷ୍ଠୀ ସମର୍ଥନ କରୁଛନ୍ତି । ଏହାକୁ ନେଇ ଆଜି କର୍ମଚାରୀ ସମନ୍ୱୟ ସମିତିର ବୈଠକ ବି ବସିଥିଲା ।

ସୂଚନାଯୋଗ୍ୟ ମୁଖ୍ୟଶାସନ ସଚିବଭାବେ ଅସିତ କୁମାର ତ୍ରିପାଠୀ ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ପ୍ରଥମ ସଂସ୍କାର ଆଣିଛନ୍ତି । ରାଜ୍ୟ ପ୍ରଶାସନ କାର୍ଯ୍ୟାନ୍ବୟନରେ ବଡ଼ ଧରଣର ପରିବର୍ତନ କରାଯାଇଛି । ଦୀର୍ଘ ବର୍ଷ ଧରି ଚାଲିଥିବା ପାରମ୍ପରିକ ଢାଞ୍ଚାକୁ ସରକାର ବଦଳାଇ ଦେଇଛନ୍ତି । ଏଣିକି ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ଗୋଟିଏ ଛାତ ତଳେ କାମ କରିବେ । ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ସଂକଳ୍ପ ଜାରି ହୋଇଛି । ଏହା ଫଳରେ ସରକାରୀ କାର୍ଯ୍ୟ ସହଜ ହେବା ସହ ନିଷ୍ପତ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସରକାର ଆଶା ରଖିଛନ୍ତି ।