ଲୋକସଭାରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଦାବିରେ ଓଡିଶା ଲୋକଦଳ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସାଂସଦଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ !

16

କନକ ବ୍ୟୁରୋ : ଲୋକସଭାରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଦାବିରେ ଓଡିଶା ଲୋକଦଳ ପକ୍ଷରୁ ଭୁବନେଶ୍ୱର ସ୍ଥିତି ସାଂସଦଙ୍କ ଘର ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳ ଅଭିଯୋଗ କରିଛି, ବୈଜୟନ୍ତ ପଣ୍ଡା ରାଜ୍ୟର ସ୍ୱାର୍ଥ ବିରୋଧରେ କାମ କରିଛନ୍ତି । ନବୀନ ପଟ୍ଟନାୟକ ରାଜ୍ୟର ଦାବି ପାଇଁ କେନ୍ଦ୍ର ନିକଟରେ ଦୃଢ ଦାବି କରୁଥିବାବେଳେ ବୈଜୟନ୍ତ ଏଥିରେ ବାଧକ ସାଜୁଛନ୍ତି ।

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାଜ୍ୟପ୍ରତି ଅବହେଳା କରୁଛନ୍ତି । ତାସତ୍ୱେ ବୈଜୟନ୍ତ ପ୍ରଧାନମନ୍ତ୍ରୀଙ୍କ ବଡ ପ୍ରଂଶସକ ପାଲଟିଯାଇଛନ୍ତି । ବିଭିନ୍ନ ଦୁର୍ନୀତି କାରବାରରେ ସଂପୃକ୍ତ ଥିବାରୁ ଏଥିରୁ ମୁକୁଳିବା ପାଇଁ ସାଂସଦ କେନ୍ଦ୍ରର ସ୍ତୁତିଗାନ କରୁଛନ୍ତି ବୋଲି ଲୋକଦଳ ଅଭିଯୋଗ କରିଛି । ତେଣୁ ସାଂସଦ ତାଙ୍କ ପଦରୁ ଇସ୍ତଫା ଦେବାକୁ ଲୋକଦଳ ଦାବି କରିଛି ।