ଆଇନଜୀବୀଙ୍କ ରାଜ୍ୟବ୍ୟାପୀ ଦିନିକିଆ ଧର୍ମଘଟ ! ନ୍ୟାସନାଲ ଲ’ କମିଶନଙ୍କ ପ୍ରସ୍ତାବକୁ ବିରୋଧ

17

କନକ ବ୍ୟୁରୋ : ଆଇନଜୀବୀଙ୍କ ଦିନିକିଆ ଧର୍ମଘଟ । ଆଜି ରାଜ୍ୟବ୍ୟାପୀ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଆଇନଜୀବୀ । ନ୍ୟାସନାଲ ଲ’କମିଶନଙ୍କ ପ୍ରସ୍ତାବକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ । ଆଡଭୋକେଟ୍ ଆକ୍ଟରେ ସଂଶୋଧନ ପାଇଁ ନ୍ୟାସନାଲ ଲ’ କମିଶନ୍ ଦେଇଥିବା ପ୍ରସ୍ତାବକୁ ଆଇନଜୀବୀମାନେ ବିରୋଧ କରିଛନ୍ତି ।

ଏହି ସଂଶୋଧନ ପ୍ରସ୍ତାବ ଆଇନଜୀବୀମାନଙ୍କ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ତୁରନ୍ତ ଏହି ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଆଇନଜୀବୀ ମାନେ ଦାବି କରିଛନ୍ତି ।