ପ୍ରପୋଜ ଡ଼େ’ରେ କରିବେ କ’ଣ ? ସାଥୀଙ୍କୁ ଖୁସି କରିବା ପାଇଁ କିଛି ଦମଦାର ଉପାୟ

124

ପ୍ରେମୀଯୁଗଳ ପାଇଁ ଭଲେନଟାଇନ୍ସ ସପ୍ତାହ ଆସିଯାଇଛି । ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଖୁସି ଅବସର । ପ୍ରତ୍ୟେକ ପ୍ରେମୀ ନିଜ ନିଜ ଷ୍ଟାଇଲରେ ଏହି ସପ୍ତାହକୁ ପାଳନ କରିବା ପାଇଁ ପ୍ରସ୍ତୁତି କରିଥାନ୍ତି । ରୋଜ୍ ଡେ ପରେ ଆସିଥାଏ ପ୍ରପୋଜ ଡେ । ତେବେ ଫେବୃୟାରୀ ୮ ଆଜିକା ଦିନକୁ ପ୍ରେମୀ ଯୁଗଳଙ୍କୁ ପାଇଁ ‘ପ୍ରପୋଜ ଡେ’ କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁରା ଦେଶରେ ପାଖାପାଖି ୪ ଲକ୍ଷ ଯୁବକ ଇଂଟରନେଟରେ ଯୁବତୀଙ୍କୁ କିପରି ପ୍ରପୋଜ କରାଯାଏ ଖୋଜିଥିଲେ । ପ୍ରପୋଜ କରିବା ପାଇଁ ହୁଏତ ଲ ବହୁତ ଉପାୟ ରହିଛି, କିନ୍ତୁ ଆପଣ ଯଦି ପ୍ରପୋଜ କରିବା ପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି, ତେବେ ଆପଣ ଏଥିପାଇଁ ବିଲକୁଲ ଚିନ୍ତା କରନ୍ତୁ ନାହିଁ । ଆସନ୍ତୁ ଜାଣିବା କିଭଳି ନିଜ ସାଥିଙ୍କୁ ପ୍ରପୋଜ କରି ଖୁସି ଅନୁଭବ କରାଇପାରିବେ ।

ପ୍ରଥମେ ନିଜ ବାନ୍ଧବୀଙ୍କୁ ପ୍ରପୋଜ କରିବା ପାଇଁ ଏକ ଭିଡିଓ ବନାନ୍ତୁ । ତା’ପରେ ଏହି ଭିଡିଓରେ ନିଜର ମନକଥା ପ୍ରକାଶ କରି ୟୁଟ୍ରୁ୍ୟବରେ ପୋଷ୍ଟ କରି ଦିଅନ୍ତୁ । ଏଥିସହ ଏକ ମେଲ ଲେଖି ଏହି ଭିଡିଓକୁ ତାଙ୍କ ପାଖକୁ ପଠାଇ ଦିଅନ୍ତୁ । ଆପଣ ଚିନ୍ତା କରିପାରୁଥିବେ ଏହି ଭିଡ଼ିଓ ଦେଖି ଆପଣଙ୍କ ସାଥୀ କିପରି ଅନୁଭବ କରିବେ । କିନ୍ତୁ ଟିକେ ଧ୍ୟାନ ଦେବେ ଯେ ଆପଣଙ୍କ ବାନ୍ଧବୀଙ୍କୁ ଏହି ଭିଡିଓ ପସନ୍ଦ ଆସୁଥିବା ଦରକାର । ହୁଏତ ଆପଣଙ୍କ ଏହି ପ୍ରପୋଜ ଆପଣଙ୍କ ସାଥିଙ୍କ ମନକୁ ଛୁଇଁ ପାରେ ।

ଏହାବ୍ୟତୀତ ଏକ ଅଡିଓ ରେକର୍ଡ଼ କରି ମଧ୍ୟ ସାଥିଙ୍କୁ ପ୍ରପୋଜ କରିପାରିବେ । ଅଡିଓକୁ ବାନ୍ଧବୀ ନିକଟକୁ ଟ୍ରାଂସଫର କରି ଆଲାର୍ମ ସେଟ କରି ଦିଅନ୍ତୁ । ଆପଣ ରାତି ୨ ଟା ସମୟରେ ବି ଆଲାର୍ମ ରଖିପାରିବେ । କାରଣ ଏହି ସମୟରେ ଆପଣଙ୍କ ସାଥି ଗଭୀର ନିଦରେ ଶୋଇଥାଇ ପାରେ । ହୁଏତ ଆପଣଙ୍କ ସାଥି ଏହା ଶୁଣି ବହୁତ ଖୁସି ହୋଇପାରନ୍ତି ।

ଆପଣଙ୍କ ସାଥିର ହୃଦୟ ଜିତିବା ଏକ ଧଳା ରଙ୍ଗର ଟି-ସାର୍ଟ ଦିଅନ୍ତୁ । ଏଥିରେ ଆପଣଙ୍କ ଦୁହିଁଙ୍କ ଛବି ଓ ଆପଣଙ୍କ ହୃଦୟର କଥାକୁ ପ୍ରିଂଟ କରି ଦିଅନ୍ତୁ । ତା’ପରେ ଏହି ଟି-ସାର୍ଟକୁ ଜ୍ୟାକେଟ ଭିତରେ ପିନ୍ଧି ବାନ୍ଧବୀ ପାଖକୁ ଯାଆନ୍ତୁ । ଆପଣଙ୍କ ସାଥି ପାଖକୁ ପହଂଚିଲା ପରେ ସୁନ୍ଦର ହସ ସହ ଜ୍ୟାକେଟ ଖୋଲି ଦିଅନ୍ତୁ । ଏହା ଦେଖି ଆପଣଙ୍କ ସାଥି ଖୁସି ହୋଇପାରେ ।

ଆପଣ ଆପଣଙ୍କ ସାଥିକୁ କେକ ବା ଚକଲେଟ ସହ ରିଙ୍ଗ ଲୁଚାଇ ଗିଫ୍ଟ ଦେଇପାରିବେ । ଏହାସହ ମନକୁ ଛୁଇଁଲା ଭଳି ଏକ ମେସେଜ ପଠାନ୍ତୁ । ଆପଣ ପ୍ରପୋଜ କରିବା ଉପାୟ ଏବଂ ସେହି ଜାଗାକୁ ଆପଣଙ୍କ ସାଥି ଭୁଲି ପାରିବେ ନାହିଁ । ଆପଣ ବାନ୍ଧବୀ ବି ଖୁସି ହୋଇପାରେ ।