କିଏ ଧନୀ ମନ୍ତ୍ରୀ ? ୫ କୋଟି ଟଙ୍କାର ସମ୍ପତ୍ତି ଥିବା କ୍ଲବରେ ଅଛନ୍ତି ଓଡ଼ିଶାର ୫ ମନ୍ତ୍ରୀ

74

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ ଅଛନ୍ତି ୨୧ ମନ୍ତ୍ରୀ । ନବୀନଙ୍କ ପାଖରେ ୫୦ କୋଟିର ସମ୍ପତ୍ତି ଥିବା ବେଳେ, ଯେଉଁ ୫ ଜଣ ମନ୍ତ୍ରୀ ୫ କୋଟି ଟଙ୍କାରୁ ଅଧିକ ସମ୍ପତିର ମାଲିକ ବୋଲି ସ୍ୱୀକାର କରିଛନ୍ତି- ସେମାନେ ହେଲେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସବୁଠାରୁ ଗରିବ ମନ୍ତ୍ରୀ ତାଲିକାରେ ଅଛନ୍ତି- ଶକ୍ତି ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ଓ ସୁଶାନ୍ତ ସିଂହ ସେମାନଙ୍କ ମୋଟ ସମ୍ପତିର ପରିମାଣ ମାତ୍ର ପ୍ରାୟ ୪୦ ଲକ୍ଷ ଟଙ୍କା ଭିତରେ ରହିଥିବା ଦର୍ଶାଇଛନ୍ତି ।

pradip maharathyମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ଦେଖିଲେ, ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଖରେ ରହିଛି ୪୨ଟି ଗାଈ ଓ ୨୨ଟି ବାଛୁରୀ । ଯାହାର ମୂଲ୍ୟ ୩ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ମହାରଥୀ ଦର୍ଶାଇଛନ୍ତି । ଅନ୍ୟପଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିଛି ଦେଢ଼ କେଜିରୁ ଅଧିକ ଓଜନର ସୁନା । ପୂଜାରୀ ତାଙ୍କ ପାଖରେ ୧ କେଜି ୭୭୭ ଗ୍ରାମର ସୁନା ଥିବା ଦର୍ଶାଇଛନ୍ତି ।

surya patra reaction on loksabha earlier electionଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ବିଭିନ୍ନ ବ୍ୟାଙ୍କ୍ ଆକାଂଉଟ୍ ବାଲାନ୍ସ ଭିତରେ ନୂଆପଲ୍ଲୀ ଏଚ୍ଡିଏଫ୍ସି ବ୍ୟାଙ୍କର ଏକ ଆକାଂଉଟରେ ରହିଛି ଭୋଟ୍ ବେଳେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା ନିର୍ବାଚନୀ ଆକାଉଂଟ୍ । ୨୦୧୪ ନିର୍ବାଚନ ପରେ ବି ପାତ୍ରଙ୍କ ଏହି ଆକାଉଂଟରେ ୮ ଲକ୍ଷ ୭୬ ହଜାର ଟଙ୍କା ଜମା ରହିଥିବା ଦର୍ଶାଯାଇଛି । ନିର୍ବାଚନର ତିନି ବର୍ଷ ପରେ ବି ମନ୍ତ୍ରୀ ପାତ୍ରଙ୍କ ନିର୍ବାଚନୀ ଆକାଉଂଟରେ ଏତେ ଟଙ୍କା ରହିବା ଦର୍ଶାଉଛି ଯେ ନିର୍ବାଚନ ପାଇଁ ସେ ବିଭିନ୍ନ ସୂତ୍ରରୁ ପାଇଥିବା ଟଙ୍କା ଓ ନିଜ ଟଙ୍କାରୁ ଅନେକ ଟଙ୍କା ବଳିଯାଇଛି ।

ସେହିଭଳି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ବହୁଚର୍ଚ୍ଚିତ ଭୁବନେଶ୍ୱର ଓଆର୍ଏଚ୍ଡିସି ବା ଗ୍ରାମ୍ୟ ଗୃହନିର୍ମାଣ ନିଗମରୁ ଘର ତିଆରି ପାଇଁ ୩ ଲକ୍ଷ ଟଙ୍କା ନେଇଥିବା ବେଳେ ସୁଧ କିମ୍ବା ମୂଳ କିଛି ଶୁଝିନଥିବା ଦର୍ଶାଇଛନ୍ତିି ।