ପୁଣି ଭଦ୍ରକ ସହର ଅଶାନ୍ତ ! ହାଟବଜାରରେ ଥିବା ଚୂନ ଗୋଦାମରେ ନିଆଁ ଲଗାଇ ଦେଲେ ଦୁର୍ବୃତ

23

କନକ ବ୍ୟୁରୋ: ପାଖାପାଖି ମାସେ ହେବ ଅଶାନ୍ତ ହୋଇ ପଡିଛି ଭଦ୍ରକ ସହର । ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ହିଂସା । ତା ପରଠୁ ପ୍ରତିଦିନ ସହରର କୌଣସି ନା କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତ ସୃଷ୍ଟି ହେଉଛି । ଆଜି ଆରଏନସି ହାଟବଜାରରେ ଥିବା ଚୂନ ଗୋଦାମରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସେପଟେ, ଧାମନଗରରେ ବଢିଲା କର୍ଫ୍ୟୁ । ଗତକାଲି ଘରପୋଡି ପରେ ଜାରି କରାଯାଇଥିବା ୧୪୪ ଧାରକୁ ଆଉ ୨୪ ଘଂଟା ବଢାଇ ଦିଆଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏଁ ୧୪୪ ବଳବତର ରଖିବା ନେଇ ନିଷ୍ପତି ନେଇଛି ପୁଲିସ ପ୍ରଶାସନ । ଧାମନଗର ବଜାର, ଏନଏସି, ଡୋବଲ, ଭଗବାନପୁର ଓ ପଳିକିରିରେ ୧୪୪ ଧାରାକୁ ବଳବତର ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସେପେଟ ଗତକାଲି ନାଇଟ ପାଟ୍ରୋଲିଂ ବେଳେ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ଠାରୁ ନକଲି ବନ୍ଧୁକ, ମାରଣାସ୍ତ୍ର ଜବତ କରାଯାଇଛି ।