ରେଳବାଇ କର୍ମଚାରୀଙ୍କ ପାଇଁ ଖୁସିଖବର : ୩ ଲକ୍ଷ ରେଲୱେ କର୍ମଚାରୀଙ୍କ ହେବ ପଦୋନ୍ନତି । ଘର, ଗାଡି ସହିତ ମିଳିବ ଆହୁରି ଅନେକ ସୁବିଧା

32

ରେଳବାଇ ଗ୍ରୁପ୍-ସି ପଦ ପାଇର୍ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଅଫିସର କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ରେଳବାଇ ବୋର୍ଡ କର୍ମଚାରୀଙ୍କୁ ପଦୋନ୍ନତି କରି ଗ୍ରୁପ୍-ବି ଅଧିକାରୀ ସ୍ଥାନ ଦେବା ପାଇଁ ଉଚ୍ଚ ସ୍ତରୀୟ କମିଟିର ଗଠନ କରିଛି । ଗୋଟିଏ ମାସ ପରେ କମିଟିର ସୁପାରିଶ ଲାଗୁ ହେବା ପରେ ବର୍ଷ ବର୍ଷ ଧରି ଗ୍ରୁପ-ସି ପଦରେ କାର୍ଯ୍ୟରତ ଥିବା କର୍ମଚାରୀ ଅଧିକାରୀ ହୋଇଯିବେ । ସପ୍ତମ ବେତନ ଆୟୋଗର ସୁପାରିଶରେ ୪୬୦୦ ଟଙ୍କା ଗ୍ରେଡ୍ ପେ କର୍ମଚାରୀଙ୍କୁ ଗ୍ରୁପ୍-ସି ରୁ ପଦୋନ୍ନତି କରି ଗ୍ରୁପ୍-ବିରେ ସ୍ଥାନ ଦିଆଯିବାର କୁହାଯାଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରରେ ଏହି ନିୟମକୁ ଲାଗୁ କରି ଦିଆଗଲା । କିନ୍ତୁ ରେଳବାଇରେ ଆଜି ପର୍ଯ୍ୟନ୍ତ ଏହା ଉପରେ ଅମଳ କରାଯାଇନାହିଁ ।

କେତେକ ରାଜ୍ୟ ସରକାରଙ୍କ ଠାରୁ ୪୨୦୦ ଟଙ୍କା ଗ୍ରେଡ ପେକୁ ଗ୍ରୁପ୍-ବି ସ୍ଥାନ ମିଳିଯାଇଛି । କର୍ମଚାରୀଙ୍କ ପକ୍ଷରୁ ଚାପ ଆସିବା ପରେ ରେଳବାଇ ବୋର୍ଡ କର୍ମଚାରୀଙ୍କୁ ଅଫିସର ବନାଇବା ପାଇଁ ୧୨ ଜୁନ୍ କୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସମିତିର ଗଠନ କରିଛି । ଆସନ୍ତା ମାସ ଏହି ସମିତି ନିଜ ସୁପାରିଶ ନ୍ୟସ୍ତ କରିଦେବ । ଏହାପରେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଟେଲିକମ୍ ଆଦି କ୍ୟାଡରର ଗ୍ରୁପ୍-ସି କର୍ମଚାରୀଙ୍କୁ ଗ୍ରୁପ୍-ବିରେ ସ୍ଥାନ ମିଳିବ । ଏହା ଦ୍ୱାରା ଅଢ଼େଇ ରୁ ତିନି ଲକ୍ଷ ଲୋକଙ୍କୁ ଏହାର ଲାଭ ମିଳିପାରିବ । ଅଧିକାରୀଙ୍କ କହିବାନୁସାରେ, ଗ୍ରୁପ୍-ସି ର କର୍ମଚାରୀଙ୍କୁ ଗ୍ରେଡ୍ ପେ ଅନୁସାରେ, ଗ୍ରୁପ୍-ବି ଗେଜେଟେଡ୍ ଏବଂ ଗ୍ରୁପ୍-ବି ନନ୍ ଗେଜେଟେଡ୍ ର ପଦ ଦିଆଯାଇପାରିବ ।

ଏମାନଙ୍କୁ ମଳିବ ପ୍ରମୋଶନ : ଆସନ୍ତା ମାସ ଏହି ସମିତି ନିଜର ସୁପାରିଶକୁ ନ୍ୟସ୍ତ କରିଦେବ । ଏହାପରେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଟେଲିକମ୍ ଆଦି କ୍ୟାଡରର ଗ୍ରୁପ୍-ସି କର୍ମଚାରୀଙ୍କୁ ଗ୍ରୁପ୍-ବି ପଦ ଦିଆଯିବ ।

ଏମାନଙ୍କୁ ମିଳିବ ଫାଇଦା : ଗ୍ରୁପ୍-ବି ଅଫିସର ହେବା ପରେ କର୍ମୀଙ୍କ ଗ୍ରେଡ୍ ପେ ୪୮୦୦ ଟଙ୍କା ହୋଇଯିବ । ରେଳବାଇର ବିଶେଷ ପାସ୍, ଅଫିସର କ୍ଲବ ଆଦିର ସୁବିଧା ବ୍ୟତୀତ କ୍ଲାସ୍-୧ ଅଫିସରଙ୍କ ବଙ୍ଗଳା ମିଳିବ । ରେଳବାଇ ତରଫରୁ ପିଅନ, ବାହନ ଆଦି ମିଳିବ ।