ରାଜ୍ୟପାଳରୁ ରାଷ୍ଟ୍ରପତି ପ୍ରାର୍ଥୀ ! ରାମନାଥଙ୍କ ରାଜନୈତିକ କ୍ୟାରିୟର୍ ବିଷୟରେ କିଛି କଥା

28

ବିହାର ରାଜ୍ୟପାଳ ତଥା ଦଳିତ ନେତା ରାମନାଥ କୋବିନ୍ଦଙ୍କୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାଜପାର ଅଧ୍ୟକ୍ଷ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ।

ନଜର ପକାନ୍ତୁ ରାମନାଥଙ୍କ ରାଜନୈତିକ କ୍ୟାରିୟର୍ ଉପରେ :

• ୧୯୯୪ ରୁ ୨୦୦୬ ମଧ୍ୟରେ ଦୁଇଥର ରାଜ୍ୟସଭା ସଦସ୍ୟ ରହିସାରିଥିବା ରାମନାଥ ଉତ୍ତରପ୍ରଦେଶ କାନପୁର ବାସିନ୍ଦା ।

•  ରାମନାଥଙ୍କ ଜନ୍ମ ଅକ୍ଟୋବର ୧୯୪୫ରେ ହୋଇଥିଲା ।

•  ୧୯୭୧ରେ ଦିଲ୍ଲୀ ହାଇକୋର୍ଟ ବାର କାଉନସିଲର ସଦସ୍ୟତା ହାସଲ କରିଥିଲେ ।

•  କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି କରିଥିଲେ ।

•  ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ଥିଲେ  ।

•  ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।

•  ୧୯୯୧ରେ ବିଜେପିରେ ସାମିଲ୍ ହୋଇଥିବା ରାମନାଥ ୧୯୯୪ରେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

•  ୨୦୦୦ରେ ୟୁପିରୁ ପୁଣି ଥରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

•  ୧୨ ବର୍ଷର ରାଜ୍ୟସଭା ସଦସ୍ୟତା ଭିତରେ, ଅନେକ ସଂସଦୀୟ କମିଟିର ସଦସ୍ୟ ରହିସାରିଛନ୍ତି ରାମନାଥ କୋବିନ୍ଦ ।

•  ପେଷାରେ ଓକିଲ ଥିବା ରାମନାଥ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରମୁଖ ମଧ୍ୟ ।

• ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ବିଶେଷ କାର୍ଯ୍ୟକାରୀ ଅଧିକାରୀ ମଧ୍ୟ ରହିସାରିଛନ୍ତି ।

•  ଦୁଇ ଥର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ , ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଉତ୍ତରପ୍ରଦେଶର ମହାମନ୍ତ୍ରୀ ରହି ସାରିଛନ୍ତି ।

•  ହରିଦ୍ୱାରରେ ଗଙ୍ଗାକୂଳରେ ସ୍ଥିତ କୁଷ୍ଠ ରୋଗୀଙ୍କ ସେବା ପାଇଁ ସମର୍ପିତ ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ଆଜୀବନ ସଂରକ୍ଷକ ହେଉଛନ୍ତି ରାମନାଥ ।

•  ଅଗଷ୍ଟ ୨୦୧୫ରେ ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

•  କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରାମନାଥ ଉତ୍ତରପ୍ରଦେଶରୁ ରାଜ୍ୟପାଳ ବନିଥିବା ତୃତୀୟ ବ୍ୟକ୍ତି ।