ଗାଁରେ ବି ବୃଦ୍ଧି ପାଉଛି ଗୁଣାତ୍ମକ ସାମଗ୍ରୀର ଚାହିଦା !

44

କନକ ବ୍ୟୁରୋ : ଗୁଣାତ୍ମକ ସାମଗ୍ରୀ ଏବଂ ସେବାର ଚାହିଦା ଆଉ ସହରାଞ୍ଚଳ ଭିତରେ ସୀମିତ ନାହିଁ। ଗାଁରେ ଏବେ ଏଗୁଡ଼ିକର ଚାହିଦା ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳରେ ଲୋକମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ହୋଇଥିବାରୁ ସେମାନେ ଏବେ ଅଧିକ ଗୁଣାତ୍ମକ ସାମଗ୍ରୀ ଏବଂ ସେବା ବ୍ୟବହାର କରିବାକୁ ଚାହୁଁଛନ୍ତି । ଏସ୍‌ବିଆଇ ଇକୋରାପ୍‌ ରିପୋର୍ଟରେ ଏହା କୁହାଯାଇଛି ।

odishaଏହି ରପୋର୍ଟରେ କୁହାଯାଇଛି,  ଇଚ୍ଛାମୂଳକ ଭାବେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ୨୦୧୫-୧୬ ପରଠାରୁ ଗ୍ରାମାଞ୍ଚଳରେ ହ୍ରାସ ପାଇବାରେ ଲାଗିଛି । ବୋଧହୁଏ ଏହି କାରଣ ଯୋଗୁଁ ବିପୁଳ ପରିମାଣର ସାମଗ୍ରୀ ନିର୍ମାଣ କରୁଥିବା କଂପାନି ଏବଂ ଏଫଏମସିଜି କଂପାନିଗୁଡ଼ିକ ଗ୍ରାମାଞ୍ଚଳରେ ସେମାନଙ୍କ ଯୋଗାଣ ଏବଂ ବିତରଣ ନେଟ୍‌ଓ୍ଵର୍କକୁ ବଢ଼ାଇ ଦେଇଛନ୍ତି । ଇଚ୍ଛାମୂଳକ ସାମଗ୍ରୀଗୁଡ଼ିକ ହେଉଛି ମୃଦୁ ପାନୀୟ, ପ୍ରସ୍ତୁତ ହୋଇଥିବା ମିଲ୍‌, ସ୍ନାକ୍ସ, ଚିତ୍ତବିନୋଦନ ଏବଂ କୌତୁକ ଏବଂ ପର୍ସନାଲ୍‌ କେୟାର ସାମଗ୍ରୀ । ଏସବୁ ସାମଗ୍ରୀଗୁଡ଼ିକର ମୂଲ୍ୟ ଗ୍ରାମାଞ୍ଚଳରେ ହ୍ରାସ ପାଉଛି ।

ଗ୍ରାମାଞ୍ଚଳରେ ଲୋକମାନଙ୍କ ଜୀବନ ଧାରଣରେ ଉନ୍ନତି ହୋଇଥିବାରୁ ସେମାନଙ୍କ ସାମଗ୍ରୀ ଏବଂ ସେବା ବ୍ୟବହାର ଅଭ୍ୟାସ ବଦଳିଛି । ଖାଦ୍ୟ, ବିଦ୍ୟୁତ, ଇନ୍ଧନ, ଆଲୋକ, ପୋଷାକ ଏବଂ ହାଉସିଂ ଭଳି ଅଣ ଇଚ୍ଛାମୂଳକ ସାମଗ୍ରୀଗୁଡ଼ିକର ମୂଲ୍ୟ ମଧ୍ୟ ୨୦୧୬ ଜୁଲାଇ ପରଠାରୁ ଗ୍ରାମାଞ୍ଚଳରେ କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ଏସ୍‌ବିଆଇ ଏହାର ରିପୋର୍ଟରେ କହିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁଁ ୧୦ଟି ରାଜ୍ୟରେ ଆଲୋକ ଏବଂ ଇନ୍ଧନ ମୂଲ୍ୟ କମିଛି । ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନରେ ଅଧିକ ସଂଯୋଗ ପ୍ରଦାନ କରାଯାଇଛି । ଛତିଶଗଡ଼, ହରିୟାନା ଏବଂ ମହାରାଷ୍ଟ୍ରରେ ସଂଯୋଗ ପରିମାଣ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି ।