ଅନୈତିକ ସଂପର୍କକୁ ବିରୋଧ କଲେ ଡ୍ରାଇଭର୍ ! ଫୋନ୍ କରି ହିରୋଇନଙ୍କୁ ଦେଲେ ଧମକ

59

ଫିଲ୍ମ ପ୍ରଯୋଜକଙ୍କ ହିରୋଇନଙ୍କ ସହ ରାସଲୀଳାକୁ ବହୁତ ଦିନ ଧରି ଚୁପଚାପ୍ ସହିଯାଉଥିଲେ ପତ୍ନୀ । କିନ୍ତୁ ଭିତରେ ଭିତରେ ଗୁମୁରି କାନ୍ଦୁଥିଲେ । ଆଉ ଏ କାନ୍ଦକୁ ସହିପାରିଲେନି ପ୍ରଯୋଜକଙ୍କ ଡ୍ରାଇଭର । ମାଲିକାଣୀଙ୍କ ଲୁହ ତାଙ୍କୁ ବାଧ୍ୟ କରିଥିଲା ଫୋନରେ ଧମକ ଦେବାକୁ।

ଡେକାନ୍ କ୍ରୋନିକାଲରେ ପ୍ରକାଶିତ ଖବର ଅନୁଯାୟୀ, ଚେନ୍ନାଇର ପ୍ରସିଦ୍ଧ ଅଭିନେତ୍ରୀ ରାଧାଙ୍କ ସହ ଫିଲ୍ମ ପ୍ରଯୋଜକ ମୁନିଭେଲଙ୍କ ସଂପର୍କ ଥିବାର ଜାଣିବାକୁ ପାଇଥିଲେ ମୁନିଭେଲଙ୍କ ପତ୍ନୀ । କିନ୍ତୁ କିପରି କରିଥାନ୍ତେ ବିରୋଧ । ସେଥିପାଇଁ ତ ସବୁ ଜାଣିଶୁଣି ନିରବ ଥିଲେ ପତ୍ନୀ । ଏହା ଦେଖି ମୁନିଭେଲଙ୍କ ଡ୍ରାଇଭର ଆନ୍ଥୋନୀ ରାଜ୍ ହିରୋଇନ୍ ରାଧାଙ୍କୁ ଫୋନରେ ଦେଇଥିଲେ ଧମକ । ଆଉ ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।