ମହିଳାଙ୍କ ନାଗା ସନ୍ୟାସିନୀ ହେବାର ସଂପୂର୍ଣ୍ଣ ପ୍ରକ୍ରିୟା : ଜାଣନ୍ତୁ ତାଙ୍କ ସ୍ନାନରୁ ଦୀକ୍ଷା ପର୍ଯ୍ୟନ୍ତ କାହାଣୀ

163

ଦୁନିଆର ସବୁଠାରୁ ବଡ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମେଳା କୁମ୍ଭରେ ଶ୍ରୀପଂଚ ଦଶନାମ ଜୁନା ଅଖାଡା ୬୦ ମହିଳା ନାଗା ସନ୍ୟାସିନୀଙ୍କୁ ଦୀକ୍ଷା ଦେଇଛି । ଜଣେ ସନ୍ଥ କହିଛନ୍ତି କି, ଅଖାଡାର ସାଧୁ-ମହାତ୍ମା ମହିଳାଙ୍କ ଘର ଓ ତାଙ୍କର ଜୀବନ ବିଷୟରେ ଅନୁସନ୍ଧାନ କରାଯାଏ ଏବଂ ଏହା ପରେ ଗୁରୁ ଏହି କଥାରେ ସନ୍ତୁଷ୍ଟ ହେବାପରେ ହିଁ ମହିଳା ବ୍ରହ୍ମଚର୍ଯ୍ୟ ପାଳନ କରିପାରିବେ ଓ ତାଙ୍କୁ ଦୀକ୍ଷା ଦିଆଯାଏ ।

ନାଗା ସାଧୁଙ୍କ ଅଖାଡାରେ ମହିଳା ସନ୍ୟାସିନୀଙ୍କ ଏକ ବିଶେଷ ପରିଚୟ ଥାଏ ଏବଂ ଏହି ମହିଳା ସାଧୁ, ପୁରୁଷ ନାଗାଙ୍କ ଭଳି ନଗ୍ନ ରହିବା ବଦଳରେ ଏକ ଗେରୁଆ ବସ୍ତ୍ରକୁ ଦେହରେ ଘୋଡେଇ ଥାଆନ୍ତି । ମହିଳା ନାଗା ସନ୍ୟାସିନୀଙ୍କୁ ବିନା ବସ୍ତ୍ରରେ ସାହି ସ୍ନାନ କରିବା ମନା । କୌଣସି ବି ପୁରୁଷ କିମ୍ବା ମହିଳାଙ୍କୁ ନାଗା ସନ୍ୟାସୀ ହେବା ପୂର୍ବରୁ ତାଙ୍କୁ ସାଧୁ ଜୀବନ ଅତିବାହିତ କରିବାକୁ ପଡେ । ଦୀର୍ଘ ସମୟ ପରେ ଅନେକ ପର୍ଯ୍ୟାୟ ଅତିକ୍ରମ କରିବା ପରେ ତାଙ୍କୁ ନାଗା ସନ୍ୟାସୀ ବନିବାର ଦୀକ୍ଷା ଦିଆଯାଏ ।

ସନ୍ୟାସ ନେଉଥିବା ସନ୍ୟାସିନୀଙ୍କୁ ତାଙ୍କ ଇଚ୍ଛା ଅନୁସାରେ, ଅଖାଡା ବାଛିବାର ଥାଏ ଏବଂ ସେହି ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ତାଙ୍କୁ ଦୀକ୍ଷା ଦିଅନ୍ତି । ପୂର୍ବରୁ ସନ୍ୟାସ ଧାରଣ କରିଥିବା ମହିଳା ସନ୍ୟାସିନୀଙ୍କୁ ପୁରା ବିଧି-ବିଧାନ ରେ ଅଖାଡାର ପରମ୍ପରା ଅନୁସାରେ, ତାଙ୍କୁ ଲଣ୍ଡା କରାଗଲା ଓ ପୁଣି ତାଙ୍କୁ ଗୋମୁତ୍ର, ଦହି, ଭସ୍ମ, ଗୋବର, ଚନ୍ଦନ ଓ ହଳଦୀ ଦଶବିଧିରେ ସ୍ନାନ କରାଗଲା । ତା’ପରେ ଗଙ୍ଗା ସ୍ନାନ କରାଗଲା । ଏହି ସ୍ନାନ ପରେ ତାଙ୍କ ସମସ୍ତ ପାପ ଧୋଇ ହୋଇଯାଏ । ଏମାନେ ସମସ୍ତେ ଏବେ ଆଜୀବନ ଗୋଟିଏ ସମୟରେ ଭୋଜନ ଗ୍ରହଣ କରିବେ ଓ ଭୂଇଁରେ ଶୋଇବେ । ସେମାନେ କହିଲେ କି, ଏବେ ରାତିରେ ବିଜୟା ହୋମ ସଂସ୍କାର ହେବ । ଏହାପରେ ୩ଟି ପର୍ଯ୍ୟାୟ ଦେଇ ଅତିକ୍ରମ କରିବା ପରେ ମୌନି ଅମାବାସ୍ୟାକୁ ଏହାର ପ୍ରଥମ ସାହି ସ୍ନାନ ହେବ । ଉଲ୍ଲେଖନୀୟ, ଜୁନା ଅଖାଡାରେ ଗତ ରବିବାର ଦିନ ୧୧୦୦ ନାଗା ସନ୍ୟାସିନୀଙ୍କୁ ଦୀକ୍ଷା ଦିଆଯାଇଛି ।