ସରକାରୀ ମଣ୍ଡି ବନ୍ଦ ଯୋଗୁଁ ମାଲାମାଲ ଦଲାଲ : ସମ୍ବଲପୁରରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ଚାଷୀ

22

କନକ ବ୍ୟୁରୋ : ପାଗ ଅନୁକୂଳ ଥିଲା । ମୌସୁମୀ ବି ସାଥ୍ ଦେଲା । ଧାନ ଫସଲ ଭଲ ଫଳିଲା । ଆଉ ସଠିକ୍ ସମୟରେ ଚାଷୀ ଅମଳ ବି କଲା । ହେଲେ ବିକ୍ରି ବେଳକୁ ଦଲାଲର ଶୀକାର ହେଉଛନ୍ତି ସମ୍ବଲପୁରର ଚାଷୀ । ଧାନ ବିକ୍ରି ପାଇଁ ସରକାରଙ୍କ ନିୟମ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ନିୟମ ଅନୁସାରେ ଜଳସେଚିତ ଜମିରେ ୧୮କ୍ୱିଂଟାଲ ଓ ଅଣଜଳସେଚିତ ଜମିରେ ୧୨କ୍ୱିଂଟାଲ ଧାନ ବିକ୍ରି କରିପାରିବେ ଚାଷୀ । ଏବର୍ଷ ଜିଲ୍ଲାରେ ଗୋଟିଏ ଦୁଇଟି ପଂଚାୟତକୁ ଛାଡି ଦେଲେ ସବୁ ଅଂଚଳରେ ଅଧିକ ପରିମାଣର ଧାନ ଅମଳ ହୋଇଛି ।

ସରକାରୀ ମଣ୍ଡିରେ ଧାନ ଦେବା ପରେ ବଳକା ଧାନକୁ ନେଇ ଚିନ୍ତାରେ ଚାଷୀ । ନିର୍ଦ୍ଧାରିତ ପରିମାଣର ଧାନ କିଣିବା ପରେ ମଣ୍ଡି ବନ୍ଦ କରିଦେଇଛନ୍ତି ସରକାର । ଯାହା ପରିଣାମ ଦଲାଲ ଦ୍ୱାରା ଅଭାବୀ ବିକ୍ରିର ଶିକାର ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ । ବିଶେଷ କରି ଭାଗ ଚାଷୀ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି

ଏପଟେ ଯୋଗାଣ ଅଧିକାରୀଙ୍କ କହିବା କଥା, ସମ୍ବଲପୁର ଜିଲ୍ଲାରେ କିଛି ମଣ୍ଡିରେ ଧାନ କିଣା ସରିଛି । ତେଣୁ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି । କେବଳ କୁଚିଣ୍ଡା ଅଂଚଳେର ମାର୍ଚ୍ଚ ୩୧ ଯାଏଁ ମଣ୍ଡି ଖୋଲା ରହିବ । ହେଲେ ଜିଲ୍ଲାରେ ଦଲାଲଙ୍କ ରାଜ୍ କଥାକୁ ଅସ୍ୱୀକାର କରିଛନ୍ତି ଯୋଗାଣ ଅଧିକାରୀ । ଧାନ ବିକ୍ରି ନେଇ ରାଜ୍ୟ ସରକାର ମୂଲ୍ୟ ଓ ପରିମାଣ ନିର୍ଦ୍ଧାରଣ ନିଷ୍ପତି ଚାଷୀଙ୍କୁ ହରଡଘଣାରେ ପକାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –