କଞ୍ଚା ମାଲ ଅଭାବରୁ ମୁଦ୍ରା ବଜାରରେ ଚଡକ ! ବଜାରରେ ଆଉ ଦେଖାଯିବନି ୧୦ ଟଙ୍କିଆ ମୁଦ୍ରା ।

92

କଞ୍ଚା ମାଲ କିଣିବାରେ ବିଳମ୍ବ ହେବା କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୧୦ ଟଙ୍କିଆ ମୁଦ୍ରାର ଡିମାଣ୍ଡ କମି ଅଧା ହୋଇଯାଇଛି । ଏଥିରେ ସର୍କୁଲେଶନରେ ମୁଦ୍ରା କମିବାର ଡର ଲାଗିରହିଛି । ରିପୋର୍ଟ ଅନୁସାରେ , କେନ୍ଦ୍ର ସରକାର ୧୦ ଟଙ୍କିଆ ମୁଦ୍ରାର ବ୍ଲକ୍ ସମୟରେ କଞ୍ଚା ମାଲ କିଣିବାରେ ବିଳମ୍ବ କରିଦେଲେ ତେଣୁ ମୁଦ୍ରା ସପ୍ଲାଇ କରିବା ବନ୍ଦ ହୋଇଗଲା । ଯେଉଁଥିପାଇଁ ଆରବିଆଇ ଚଳିତ ବର୍ଷ ୧୦ ଟଙ୍କିଆ ମୁଦ୍ରାକୁ ବଜାରକୁ କମ୍ ଆଣିବାକୁ ଚେଷ୍ଟା କରିଛି । ତେବେ କଲିକତା,ହାଇଦ୍ରାବାଦ,ନୋଏଡା ଏବଂ ମୁମ୍ବାଇରେ ମୁଦ୍ରା ପ୍ରିଣ୍ଟିଙ୍ଗ ଆଣ୍ଡ୍ ମିଣ୍ଟିଙ୍ଗ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ରହିଛି । ଯେଉଁଠି ୫ ରୁ ୧୦ ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରାଯାଏ । ତେବେ ଚଳିତ ବର୍ଷ ଏଥିରେ ବିଳମ୍ବ କାରଣରୁ ଆରବିଆଇ ତରଫରୁ ପ୍ରଡକ୍ସନ ଯୋଜନାରେ  ପରିବର୍ତ୍ତନ ଆଣିବାକୁ ନିବେଦନ କରାଯାଇଛି ।

ଏହି ମାମଲାରେ ଡିପାର୍ଟମେଣ୍ଟ୍ ଅଫ୍ ଇକୋନୋମିକ୍ ଆଫେୟର୍ସରେ ଚଳିତ ମାସରେ ହୋଇଥିବା ପ୍ରଡକ୍ସନ୍ ମିଟିଙ୍ଗରେ ଏନେଇ ଚର୍ଚ୍ଚା ହୋଇସାରିଛି । ଏହି ମିଟିଙ୍ଗରେ ଆରବିଆଇ ପ୍ରତିନିଧି ସାମିଲ ଥିଲେ । ଏହି ମିଟିଙ୍ଗରେ ୟୁନିଟକୁ ୧୦ ଟଙ୍କାର ୨୦୦ କୋଟି ଟଙ୍କା ପଇଠ କରିବାକୁ କୁହାଯାଇଛି । ପ୍ରଥମେ ଏହାର ୪୦୦ କୋଟି ଟଙ୍କା ପ୍ରସ୍ତୁତ କରିବାକୁ କୁହାଯାଇଥିଲା । କିନ୍ତୁ ପରେ ଏଥିରେ କମ୍ କରାଯାଇଥିଲା ।

୨୦୧୮ ବର୍ଷରେ ଆରବିଆଇ ତରଫରୁ ୧୦ ଟଙ୍କିଆ ମୁଦ୍ରା ୩୦୦ କୋଟି ଟଙ୍କାର ପ୍ରସ୍ତୁତ କରିବାକୁ ପ୍ଲାନିଙ୍ଗ୍ କରିଥିଲା । ତେବେ ଯୋଜନା ୟୁନିଟକୁ ୫ ଟଙ୍କିଆ ମୁଦ୍ରା ବଢାଇବା ପାଇଁ କୁହାଯାଇଥିଲା । ତେବେ ଏଥିରେ ୨ ଟଙ୍କିଆ ମୁଦ୍ରା ୫ ଗୁଣା ବଢାଇବା ପାଇଁ କୁହାଯାଇଥିଲା । ଏହାସହ ଟଙ୍କାକିଆ ମୁଦ୍ରାର ଡିମାଣ୍ଡ ୧୦୧.୯ କୋଟି ପିସକୁ ବଢାଇ ୨୦୦ କୋଟି ପିସ୍ କରାଯାଇଛି । ତେବେ ମିଟିଙ୍ଗ୍ ୟୁନିଟ୍ ର ବଢୁଥିବା ଡିମାଣ୍ଡକୁ ଦେଖି କମ୍ପାନୀ କର୍ମଚାରୀଙ୍କୁ ୨୦୧୯ ମାର୍ଚ୍ଚ ୩୧ ତାରିଖରୁ ୪୪ ରୁ ୪୮ ଘଣ୍ଟା ବଦଳରେ ୫୪ ଘଣ୍ଟା କାମ କରିବାକୁ କହିଛନ୍ତି । ଏଥିପାଇଁ କର୍ମଚାରୀଙ୍କୁ ଓଭରଟାଇମ୍ ଏବଂ ଅନ୍ୟ ଭତ୍ତା ଦେବାକୁ କୁହାଯାଇଛି ।